Fri. May 16th, 2025

କେତେକ ଧନୀ ଭାରତୀୟ ପଚା ଆଳୁ ସଦୃଶ: ଜମ୍ମୁ ଓ କଶ୍ମୀର ରାଜ୍ୟପାଳ

By amfnews Dec 20, 2018 #Featured
204 Views

ଜମ୍ମୁ, ଡିସେମ୍ବର ୨୦ : ସମାଜ ପ୍ରତି ନିର୍ଦ୍ଦୟ ହୋଇଥିବାରୁ ଦେଶର ଗୋଟିଏ ବର୍ଗର ଧନୀ ଲୋକେ ପଚା ଆଳୁ ସଦୃଶ ବୋଲି ବୁଧବାର ଦିନ କହିଛନ୍ତି ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ସତ୍ୟ ପାଲ ମଲିକ।

ଜମ୍ମୁର ଶୀତକାଳୀନ ରାଜଧାନୀରେ ରାଜ୍ୟ ସୈନିକ ମଙ୍ଗଳ ସମାଜରେ ଭାଷଣ ଦେଇ ରାଜ୍ୟପାଳ ମଲିକ କହିଛନ୍ତି ଯେ ଦେଶର ଗୋଟିଏ ବର୍ଗର ଧନୀ ଲୋକେ ସମାଜ ପ୍ରତି ନିର୍ଦ୍ଦୟ।

ସେମାନେ ଟଙ୍କାଟିଏ ବି ଦାନ କରନ୍ତି ନାହିଁ… ଏମାନଙ୍କ ମଧ୍ୟରୁ ଅଳ୍ପ କେତେକ ଉଚ୍ଚ ଶ୍ରେଣୀର। ମୋ ବିଚାରରେ ସେମାନେ ପଚା ଆଳୁ। ଦୟାକରି ଏ କଥାକୁ ଭୁଲ୍‌ ବୁଝନ୍ତୁ ନାହିଁ।

ସେ ଆହୁରି କହିଲେ: ଦାନ କରୁଛନ୍ତି କି, ବୋଲି ନିଜ ଝିଅ ବାହାଘରରେ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କୁ ଜଣେ ସାମ୍ବାଦିକ ପଚାରିବାରୁ ସେ କହିଲେ, ସେ ଦାନ କରନ୍ତି ନାହିଁ, କିନ୍ତୁ ଦେଶର ସମ୍ପତ୍ତି ବଢ଼ାନ୍ତି। ନିଜ ଝିଅ ବାହାଘରରେ ୭୦୦ କୋଟି ଖର୍ଚ୍ଚ କରି ସେ କ’ଣ ଦେଶର ସମ୍ପଦ ବଢ଼ାଉଛନ୍ତି?

ଇଉରୋପ୍‌ରେ ଏବଂ ଅନ୍ୟାନ୍ୟ ଦେଶରେ, ସେମାନେ ଦାନ କରନ୍ତି। ମାଇକ୍ରୋସଫ୍‌ଟ୍‌ର ମାଲିକ ନିଜ ଆୟର ୯୯% ଦାନରେ ବ୍ୟୟ କରନ୍ତି।
୭୦୦ କୋଟି ଟଙ୍କାରେ ଦେଶରେ ୭୦୦ ବଡ଼ ସ୍କୁଲ୍‌ ହୋଇ ପାରିଥାଆନ୍ତା, ନିହତ ସୈନିକଙ୍କ ୭, ୦୦୦ ବିଧବା ପତ୍ନୀମାନେ ସେମାନଙ୍କ ପିଲାଙ୍କ ଲାଳନପାଳନ କରି ପାରିଥାଆନ୍ତେ।

କିନ୍ତୁ ସେମାନେ ଦାନ କରିବେ ନାହିଁ। ସମାଜର ଏହି ଶ୍ରେଣୀରେ ଯେପରି ଦୟା ରହିବା କଥା ତାହା ନାହିଁ।

ଉଚ୍ଚ ଶ୍ରେଣୀ ଦ୍ୱାରା ଦେଶର ସମାଜ ଗଠିତ ହୋଇ ନାହିଁ, ହୋଇଛି କୃଷକ, କର୍ମଚାରୀ, କାରଖାନାରେ କରୁଥିବା ଲୋକେ ଏବଂ ସଶସ୍ତ୍ର ବାହିନୀରେ ଥିବା ଲୋକଙ୍କ ଦ୍ୱାରା ଗଠିତ।

By amfnews

Related Post