ରାଉରକେଲା, ୩୦ା୧୦ : ଛେଣ୍ଡସ୍ଥିତ କୋସଲ ଜନତା ଦଳର ସ୍ଥାନୀୟ ରାଜ୍ୟ କାର୍ଯ୍ୟାଳୟଠାରେ କୋସଲ ମୁକ୍ତି ରଥର ‘୨ୟ ପର୍ଯ୍ୟାୟ ପଶ୍ଚିମ ଓଡ଼ିଶା ପରିକ୍ରମା’ ଅବ୍ୟବହିତ ପୂର୍ବରୁ ନିର୍ଦ୍ଧାରିତ କୋସଲ ଯଜ୍ଞ ଗତ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କର୍ମରେ କଳସ ପୂଜା, ଦୀପାରାଧାନା ଏବଂ ଘୃତ ଆହୁତି ସମେତ ରଥ ପୂଜା ଅନୁଷ୍ଠିତ ହୋଇଥିଲା । ଦଳର ମୁଖପାତ୍ର ଡା. ସୁରମା ମିଶ୍ର କର୍ତ୍ତୀ ରୂପେ ଯଜ୍ଞ ବେଦୀରେ ଉପବିଷ୍ଟା ଥିଲେ ।
କୋସଲ ମୁକ୍ତି ରଥ ୨ୟ ପର୍ଯ୍ୟାୟରେ ଦେବଗଡ଼ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ପରିକ୍ରମା କରିବ । ଯଜ୍ଞ କାର୍ଯ୍ୟରେ ଦଳର ମହାସଚିବ ଚକ୍ରାନ୍ତ ଜେନା, ରଞ୍ଜନ କୁମାର ଲେଙ୍କା, ସଚିବ ସ୍ୱରୂପ ମିଶ୍ର, ସରୋଜ ପରିଡ଼ା, ସୁରଜ ନାଏକ, ପ୍ରଶାନ୍ତ ନାଏକ, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ରଜାକ, ମଳୟ ରଞ୍ଜନ ଜେନା, ଛଗନଲାଲ୍ ଜୈନ୍ ପ୍ରମୁଖ ସହଯୋଗ କରିଥିଲେ । ଦଳର ଉପଦେଷ୍ଟା ପୀତବାସ ମିଶ୍ର ସପତ୍ନୀକ ଉପସ୍ଥିତ ଥିଲେ । ଭରତ ଚନ୍ଦ୍ର ଶତପଥୀ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ ।
ଧୀରେନ୍ଦ୍ର ପଣ୍ଡା, ନରେନ୍ଦ୍ର ପାତ୍ର ଏବଂ ଦୀନେଶ ଜୈନ ଦଳର ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ରଙ୍କ ଉପସ୍ଥିତିରେ ସ୍ୱାଗତ କରାଯାଇଥିଲା । ପୂର୍ବତନ ନିର୍ବାହୀ ଯନ୍ତ୍ରୀ ରାଜ ଦଳବେହେରା ଦଳର ଉପଦେଷ୍ଟା ମଣ୍ଡଳୀର ସଭ୍ୟ ହେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିବାରୁ ପରବର୍ତ୍ତୀ ସମୟରେ ତାଙ୍କ ସହ ଅନ୍ୟାନ୍ୟ ନବାଗତ ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯିବ ବୋଲି ଦଳୀୟ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।