Sat. Nov 2nd, 2024

କେଜେଡିର ନବବର୍ଷ ସଂକଳ୍ପ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ରାଜ୍ୟ ସଭାପତିଙ୍କ ଆହ୍ୱାନ!

By amfnews Jan 2, 2019 #Featured
140 Views

ରାଉରକେଲା, ୨ା୧ : କୋସଲ ଜନତା ଦଳର ଛେଣ୍ଡ ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ବନ୍ଧୁମିଳନ ଓ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ ଉତ୍ସବ ଆନନ୍ଦ ଉଲ୍ଲାସ ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳକୁ ତୃମମୂଳ ସ୍ତରରୁ ସୁଦୃଢ କରିବାକୁ ଆହ୍ୱାନ ଜଣାଇଛନ୍ତି । ଏଥିସହ କଠୋର ପରିଶ୍ରମ ଓ ନିଜସ୍ୱ ପାଣ୍ଠି ବିନିଯୋଗ କରି ଦଳକୁ ଅଧିକ ମଜବୁତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

ଗତ ୧୮ ବର୍ଷର ଶାସନରେ ଓଡିଶାକୁ ଅକର୍ମଣ୍ୟ କରିଦେଇଥିବା ସରକାରକୁ ଗାଦିରୁ ହଟାଇବା ଜରୁରୀ ହୋଇପଡିଛି ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆୟୋଜିତ ଉତ୍ସବରେ ଦଳର ସମ୍ପାଦକ ନିର୍ମଳ କୁମାର ଦାସ ଏବଂ ସ୍ୱରୂପ ମିଶ୍ରଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ଏକ ସୁଦୃଶ୍ୟ କ୍ୟାଲେଣ୍ଡରକୁ ଦଳର ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ କର୍ଣ୍ଣେଲ ହରିହର ସାହୁ ଏବଂ ଉପସଭାପତି ସନତ କୁମାର ପ୍ରଧାନ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ।

ଉତ୍ସବ ଅବସରରେ ଦଳରେ ଯୋଗ ଦେଇଥିବା ୧୦ ଜଣ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ଶ୍ରୀ ମିଶ୍ର କହିଲେ କୋସଲ ଜନତା ଦଳରେ ଆପଣମାନଙ୍କ ଭଳି ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ ରଖୁଥିବା ବ୍ୟକ୍ତିମାନଙ୍କ ଆଗମନ ଦଳ ପାଇଁ ଏକ ଶୁଭ ଲକ୍ଷଣ । ଦଳରେ ସାମିଲ୍ ହୋଇଥିବା ସଭ୍ୟମାନେ ହେଲେ ରାଉରକେଲାର ସୁବାଷ କୁମାର ମହାପାତ୍ର, ନରେନ୍ଦ୍ର ପତ୍ରି ଓ ଶ୍ରୀବତ୍ସ ବାରିକ, ବୀରମିତ୍ରପୁରର ମହେନ୍ଦ୍ର ସାହୁ, ବଣାଇର ବେବି ଦେହୁରୀ, ରାଜଗାଙ୍ଗପୁରର ରାଜୁ ତିର୍କୀ, ଲୋଚନ କୁମାର କାଲୋ, ରାଜକୁମାର ଟପ୍ପୋ, ଜେନା ଟିଗା, ଗୋମ୍ଭାଲ କିଣ୍ଡୋ ।

ତେବେ ସୁବାଷ ମହାପାତ୍ରଙ୍କୁ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ, ମହେନ୍ଦ୍ର ସାହୁଙ୍କୁ ଦଳୀୟ ସମ୍ପାଦକ, ନରେନ୍ଦ୍ର ପତ୍ରି, ଶ୍ରୀବତ୍ସ ବାରିକ ଓ ବେବି ଦେହୁରୀଙ୍କୁ ଦଳର କାର୍ଯ୍ୟକାରିଣୀ ସଭ୍ୟ ତଥା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ୫ ଜଣଙ୍କୁ ସକ୍ରିୟ ସଭ୍ୟ ରୂପେ ଗ୍ରହଣ କରାଯାଇଥିବା ଦଳ ପକ୍ଷରୁ ସନ୍ଧ୍ୟାରେ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଦଳୀୟ ମୁଖପାତ୍ର ଡା.ସୁରମା ମିଶ୍ର ସୂଚନା ଦେଇଛନ୍ତି ।

ସେହିପରି ଯୁବନେତା ପରୁଆ ଏକ୍କାଙ୍କୁ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ନିଯୁକ୍ତ କରାଯାଇଛି । ଶ୍ରୀ ପୁରୁଆଙ୍କ ନେତୃତ୍ୱରେ କୋସଲ ମୁକ୍ତି ରଥ ଆଗାମୀ ୪, ୫ ଓ ୬ ତାରିଖ ଦିନ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ପରିକ୍ରମା କରିବ ବୋଲି ଦଳର ମହାସଚିବ ଚକ୍ରାନ୍ତ ଜେନା ସୂଚନା ଦେଇଥିବା ବେଳେ କୋଷାଧ୍ୟକ୍ଷ ଲଲାଟେନ୍ଦୁ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post