Mon. Dec 23rd, 2024

କେଉଁ ମନ୍ଦିରରେ କେତେବେଳେ ଉଠିବ ମହାଦୀପ

By amfnews Mar 3, 2019 #Featured
221 Views

ମହାପ୍ରଭୁ ଶ୍ରୀଭିମେଶ୍ୱ୍ୱର ମନ୍ଦିରରେ ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ। ଏନେଇ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି। ଭୋର୍‌ ୪ଟାରୁ ମଙ୍ଗଳ ଆଳତୀ କରାଯାଇ ୫ଟାରୁ ସାହାଣମେଳା ଦର୍ଶନ ଆରମ୍ଭ ହେବ। ଏହି ଉପଲକ୍ଷେ ଦିନତମାମ ସର୍ବସାଧାରଣଙ୍କ ଦର୍ଶନ ହେବ। ମଧ୍ୟାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ପହୁଡ଼ ପଡ଼ିବ। ରାତି ୧୦ଟାରେ ମହାଦୀପ ଉଠିବା ପରେ କୋଠ ଭୋଗ ସର୍ବସାଧାରଣଙ୍କ ପାଇଁ ବଣ୍ଟନ କରାଯିବ। ବୈଠକରେ କମିଟିର ସଭାପତି ପୁରୁଷୋତ୍ତମ ସାହୁ, ଉପସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ସୂର୍ଯ୍ୟନାରାୟଣ ମିଶ୍ର, ଲୋକନାଥ ମହାପାତ୍ର, ଶିବ ନାରାୟଣ ରାୟ ପ୍ରମୁଖ ଭାଗ ନେଇଥିଲେ। ସାମନ୍ତରାପୁରସ୍ଥିତ ବାରୁଣେଶ୍ୱର ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଭୋର୍‌ ୫ଟାରୁ ସାହାଣମେଳା ଦର୍ଶନ ଆରମ୍ଭ ହେବ। ଭାସ୍କରେଶ୍ୱର ମନ୍ଦିରରେ ସାଢ଼େ ୧୦ଟାରେ ମହାଦୀପ ଉଠିବ। ଏହି ଉପଲକ୍ଷେ ଶ୍ରୀଭାସ୍କରେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ରୋଟାରିଅନ୍ ସଞ୍ଜୟ ଚୌଧୁରୀ କହିଛନ୍ତି। କପିଳେଶ୍ୱର ମନ୍ଦିରରେ ସାଢ଼େ ୧୦ଟାରେ ଉଠିବ ମହାଦୀପ। ସେବାୟତମାନେ କପିଳେଶ୍ୱର ମଣିକର୍ଣ୍ଣିକା ପୁଷ୍କରିଣୀରୁ ୧୦୮କଳସ ପାଣି ନେଇ କପିଳନାଥଙ୍କ ଉପରେ ଲାଗି କରିବେ। ରାତି ସାଢ଼େ ୧୦ଟା ସୁଦ୍ଧା ଜଳ ଲାଗି ଶେଷ ହେବ। ଏହା ପରେ କପଳନାଥଙ୍କ ମନ୍ଦିରରେ ମହାଦୀପ ଉଠିବ। ଭକ୍ତମାନଙ୍କ ପାଇଁ ଅବଢ଼ା ବ୍ୟବସ୍ଥା କରାଯାଇଛି ବୋଲି ସେବାୟତମାନେ କହିଛନ୍ତି।

By amfnews

Related Post