Tue. Apr 22nd, 2025

କୁଳଭୂଷଣଙ୍କ ପରିବାର ସହ ସାରା ଭାରତ ରହିଛି: ବୈଦେଶିକ ମନ୍ତ୍ରୀ

By amfnews Jul 18, 2019 #Featured
188 Views

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ଇଣ୍ଟରନେଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ଶୁଣାଣିକୁ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। କୁଳଭୂଷଣଙ୍କ ଉପରେ ପାକିସ୍ତାନ ଆର୍ମି କୋର୍ଟ ଲଗାଇଥିବା ଫାଶୀ ଦଣ୍ଡାଦେଶ ଉପରେ ଆଇସିଜେ ରୋକ୍ ଲଗାଇବା ନିଷ୍ପତ୍ତିକୁ ବୈଦେଶିକ ମନ୍ତ୍ରୀ ସ୍ୱାଗତ କରିଛନ୍ତି। ଆଗାମୀ ଦିନରେ ସରକାର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ସୁରକ୍ଷା ଏବଂ ପ୍ରତ୍ୟାର୍ପଣ ପାଇଁ ଲଢ଼େଇ ଜାରି ରଖିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆଇସିଜେରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ହରିଶ ସାଲଭେ ଏବଂ ତାଙ୍କ ଟିମକୁ ଏହି ଅବସରରେ ପ୍ରଶଂସା କରିଛନ୍ତି ବୈଦେଶିକ ମନ୍ତ୍ରୀ। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଛାଡ଼ି ଦେବା ପାଇଁ ପାକିସ୍ତାନକୁ ଆହ୍ୱାନ କରିଛନ୍ତି ବୈଦେଶିକ ମନ୍ତ୍ରୀ। ସାରା ଦେଶ ଯାଦବଙ୍କ ପରିବାର ସହିତ ରହିଛି ବୋଲି ସେ କହିଛନ୍ତି।

ଜୟଶଙ୍କର ଆହୁରି କହିଛନ୍ତି ଯେ କୁଳଭୂଷଣଙ୍କ ସୁରକ୍ଷା ପାଇଁ ଆଇସିଜେରେ ପ୍ରସ୍ତାବ ରଖିଥିଲା ଭାରତ। ଯାହାକୁ ୧୬ ବିଚାରପତିଙ୍କ ମଧ୍ୟରୁ ୧୫ ବିଚାରପତି ସମର୍ଥନ କରିଥିବାବେଳେ ଜଣେ ବିରୋଧ କରିଥିଲେ। ବିରୋଧ କରିଥିବା ବିଚାରପତି ଜଣଙ୍କ ପାକିସ୍ତାନର ବୋଲି ସେ କହିଛନ୍ତି। କୋର୍ଟ ରାୟ ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ଭିଏନା ଆଇନକୁ ଉଲ୍ଲଂଘନ କରିଛନ୍ତି।

By amfnews

Related Post