Sun. Mar 8th, 2026
440 Views

ରାଉରକେଲା, ୨୦ା୧୨  : ସୁରସେନ ଚକ୍ରପୂଜା ଚଳିତ ମାସ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିଲା । ପାଞ୍ଚ ଦିନ ବ୍ୟାପି ଏହି ପୂଜା ଚାଲିଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ପୂଜାର ଉଦ୍ଯାପନୀ ଉତ୍ସବ ଓ ୧୭ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂଜାରେ କର୍ତ୍ତା ଭାବେ ଅମୃତ ବେହେରା ଓ ପଙ୍କଜିନି ବେହେରା ଦାୟିତ୍ୱ ନିର୍ବାହ କରିଥିଲେ ।

ପୂଜକ କେଶବ ଚନ୍ଦ୍ର ଶା’ଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ କୁରାଳ ସମାଜ ସଭାପତି କୃଷ୍ଣ ଚନ୍ଦ୍ର ବେହେରା, ମାୟାଧର ଦାନୀ, ରାଜୀବ ବେହେରା, ପ୍ରେମା ହେମସାଗର, ଶ୍ରୀୟାଂଶୁ ପ୍ରୀତମ, ତରଣୀ, ସୁମନ୍ତ, ଜଗଦିଶ, ଦିଗମ୍ବର, ସଂଜୀବ ଟିକେଶ୍ୱର, ଲବ, ସୁନ୍ଦର, ଦୁର୍ଯ୍ୟୋଧନ, କେଶରୀ, କେଶବ, ଅଶୋକ, ଫକୀର, ପ୍ରଦୀପ, ବିନୁ, ମେଘେନ୍ଦ୍ର ବେହେରାଙ୍କ ସହ ସମସ୍ତ କୁରାଳ ସମାଜ ଯୋଗଦାନ କରିଥିଲେ ।

By amfnews

Related Post