Sat. Mar 7th, 2026

କୁମ୍ଭମେଳାରେ କରୋନା ବିସ୍ପୋରଣ, କଟକକୁ ୩୦ ଜଣ ଫେରିଥିବାବେଳେ ୧୩ ଜଣ ପଜିଟିଭ ଚିହ୍ନଟ

317 Views

କଟକ, ଏପ୍ରିଲ 20 :

କୁମ୍ଭମେଳାରେ ଯୋଗଦେଇ ଓଡ଼ିଶା ଫେରିଥିବା ଲୋକଙ୍କୁ ନେଇ ବଢିଲା ଚିନ୍ତା । ସେଠାରୁ ଫେରିବା ବେଳେ ରେଲୱେ ଷ୍ଟେସନ୍‌ରେ ଯାଚଂ କରାଯାଇ ୩୦ଟି ନମୁନା ଗ୍ରହଣ କରାଯାଇଥିଲା ତେବେ ଯାହା ସୁଚନା ମିଳିଛି ସେମାନଙ୍କ ମଧ୍ୟରୁ  ୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 

ଅପରପକ୍ଷରେ କୁମ୍ଭମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ସେଠାରେ କରୋନା ବ୍ୟାପିôଥବା ଦେଖିବାକୁ ମିଳିଛି । ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଧୁ ସନ୍ଥଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଛି ।

ସେଥିପାଇଁ କୁମ୍ଭମେଳାରେ ବୁଡ଼ ପକେଇବା ପାଇଁ ଭିଡ଼ ନକରିବାକୁ ବିଭିନ୍ନ ମହଲରୁ ନିବେଦନ ମଧ୍ୟ କରାଯାଇଛି । ସୁଚନା ଅନୁସାରେ ଆଜି ରାଜ୍ୟରୁ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ହୋଇଛନ୍ତି । 

By amfnews

Related Post