ଏହା ମଧ୍ୟରେ ଟିପୁଙ୍କ ଜୟନ୍ତୀକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନ ଯିବା ପ୍ରସଙ୍ଗରେ ପ୍ରଶ୍ନ କରିଛି ବିଜେପି । କୁମାରସ୍ୱାମୀ କାହିଁକି ସେଠାକୁ ଯାଉ ନାହାନ୍ତି ବୋଲି ଭାରତୀୟ ଜନତା ପାର୍ଟି ପଚାରିଛି ।
ବିଜେପିର ପ୍ରଶ୍ନ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟଗତ ଅସୁବିଧା ଯୋଗୁଁ ସେ ଟିପୁଙ୍କ ଜୟନ୍ତୀ ଯାଉ ନାହାନ୍ତି । ବିଜେପି ଏହାର ଅନ୍ୟ ଅର୍ଥ ବାହାର କରୁଛି । କେହି କେହି ସରକାର ଚାଲିଯିବା ଭୟରେ ସେ ସେଠାକୁ ଯାଉ ନାହିଁ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ହୁବୁଲି ଏବଂ ଧରୱାଡ ସହରରେ ଧାରା ୧୪୪ ଜାରି କରି ଦିଆଯାଇଛି । ଶନିବାର ସକାଳ ୬ରୁ ଆରମ୍ଭ ହୋଇଥିବା ଧାରା-୧୪୪ ରବିବାର ସକାଳ ୭ଟା ପର୍ୟ୍ୟନ୍ତ ଜାରି ରହିବ ।
ଗଣମାଧ୍ୟମ ସଂସ୍ଥାର ଖବର ଅନୁସାରେ କୁମାରସ୍ୱାମୀଙ୍କୁ ୩ ଦିନ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ କୁମାରସ୍ୱାମୀ ସମାରୋହରେ ଅନୁପସ୍ଥିତ ରହୁଥିବାରୁ ବିରୋଧୀ ରାଜନୈତିକ ଦଳର ନେତାମାନେ ସମାଲୋଚନା କରିଛନ୍ତି । ବିରୋଧୀ ନେତାମାନେ ଆଲୋଚନା କରୁଛନ୍ତି ଯେ, କୁମାରସ୍ୱାମୀ ଟିପୁ ସୁଲତାନଙ୍କ ଜୟନ୍ତୀ ସମାରୋହକୁ ନଯିବା ପାଇଁ ବାହାନା କରୁଛନ୍ତି । କେବଳ ଲୋକଙ୍କୁ ଭୁଆଁବୁଲାଇବା ଉଦ୍ଦେଶ୍ୟରେ ଟିପୁ ସୁଲତାନ ଜୟନ୍ତୀ ପାଳନ କରାଯାଉଛି ବୋଲି ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପା କହିଛନ୍ତି ।