Sat. Mar 7th, 2026
256 Views

ଅନୁଗୋଳ : ଅନୁଗୋଳ ଜିଲ୍ଲା ଖନ୍ଦାନାଳୀ ନିକଟରେ ଜଣେ ଯୁବକଙ୍କୁ ଏସିଡ୍‌ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ  କୁନା ବେହେରା। ତାଙ୍କ ଘର ଛେଣ୍ଡିପଦାର ପିପଳବାହାଳ ଗାଁରେ।

କୁନାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏସିଡ୍ ମାଡ଼ରେ ତାଙ୍କ ମୁହଁ, ବେକ, ଛାତି  ତଥା ଶରୀରର ଅନ୍ୟାନ୍ୟ ଭାଗ କ୍ଷତିଗ୍ରସ୍ତ ହୋଇଛି।

ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କୁନା ବସ୍‌ରୁ ଓହ୍ଲାଇ ଘରକୁ ଯାଉଥିବା ବେଳେ ତାଙ୍କ ଗାଁର ଦୁଇ ଜଣ ଯୁବକ କାଳିଆ ଓ ବିଜୟ ସେଠୀ ତାଙ୍କ ଉପରେ ଏସିଡ୍ ଫିଙ୍ଗି ଥିଲେ। କାଳିଆ ଓ ବିଜୟ ସମ୍ପର୍କରେ ଦୁଇ ଭାଇ ହେବେ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ସେମାନେ କୁନାଙ୍କ ଉପରେ ଏସିଡ୍‌ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଏନେଇ ପୁଲିସ୍ ନିକଟରେ କୌଣସି ଅଭିଯୋଗ କରାଯାଇ ନାହିଁ।

By amfnews

Related Post