Sat. Mar 7th, 2026

କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଯୋଗୁଁ ଜଣେ ବ୍ୟକ୍ତି ମୃତ; ଜଣେ ଆହତ ଓ ୨୦୦ କୁକୁଡ଼ା ନଷ୍ଟ

275 Views

ରାୟଗଡ଼ା, ଜାନୁଆରୀ୨୮ : ରବିବାର ବିଳମ୍ବିତ ରାତ୍ରୀରେ ସୁଦୂର ଚନ୍ଦ୍ରଗିରି ଗାଁରେ ଥିବା ଗୋଟିଏ କୁକୁଡ଼ା ଫାର୍ମରେ ନିଆଁ ଲାଗିଯିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ଅନ୍ୟ ଜଣେ ଲୋକ ପୋଡ଼ି ଯାଇ ଗୁରୁତର ହେବା ସହ ୨୦୦ କୁକୁଡ଼ା ମଧ୍ୟ ମରିଯାଇଛନ୍ତି।

ରାତି ପ୍ରାୟ ୧:୩୦ ବେଳେ କୁକୁଡ଼ା ଫାର୍ମରେ ନିଆଁ ଲାଗିଥିବା ବେଳେ ସେଥିରେ ଦୁଇ ଜଣ ତତ୍ତ୍ୱାବଧାରକ ଶୋଇଥିଲେ। ମୃତ ତତ୍ତ୍ୱାବଧାରକ ଜଣକ ହେଉଛନ୍ତି ଗୋକୁଳ ଚନ୍ଦ୍ର ଦୋରା। ପୋଡ଼ିଯାଇ ଆହତ ହୋଇଥିବା ଅନ୍ୟ ଜଣେ ତତ୍ତ୍ୱାବଧାରକ ହେଉଛନ୍ତି ଭାଗିରଥୀ ପରିଚ୍ଛା। ସାଙ୍ଘାତିକ ଆହତ ପରିଚ୍ଛାଙ୍କର ଚିକିତ୍ସା କରାଇବାକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ସେଠାରୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଚନ୍ଦ୍ରଗିରି ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଦମକଳ ବାହିନୀ ଆସି ପହଞ୍ଚିଛନ୍ତି। ପୁଲିସ ପହଞ୍ଚିବା ପରେ ମୃତ ଗୋକୁଳଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

By amfnews

Related Post