Sun. Mar 8th, 2026

କୁକୁର ଛୁଆ ଦେଖିଲେ ତା’କୁ ବ୍ଲେଡ ଓ ତାରରେ କାଟି ମାରିଦିଏ ନାବାଳକ !

372 Views

ଲକ୍ଷ୍ନୌ: ନିଃସଙ୍ଗତା ଯେ କେତେ ବିପଜ୍ଜନକ ହୋଇଥାଏ,ତାହାର ଉଦାହରଣ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି। ଏଠାକାର ଇନ୍ଦିରାନଗରୀର ମାୟବତୀ କଲୋନିର ଜଣେ ୧୧ ବର୍ଷର ନାବାଳକ କେଉଁଠି କୌଣସି କୁକୁର ଛୁଆ ଦେଖିବାକୁ ପାଇଲେ ତା’କୁ ବ୍ଲେଡ ଓ ତାରରେ କାଟି ମାରିଦିଏ। ଏହାପରେ ସେହି ଅଞ୍ଚଳରେ ଏକଥା ବି ଚର୍ଚ୍ଚା ହେଲା ଯେ ନାବାଳକ କୁକୁର ଛୁଆଙ୍କୁ ମାରି ଖାଇଦିଏ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁଇଟି ଘରୋଇ ସଂସ୍ଥା ସେହି ନାବାଳକକୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି)କୁ ହସ୍ତାନ୍ତର କରିଥିଲେ। କାଉନସେଲିଂ ସମୟରେ ନାବାଳକଜଣକ ସ୍ୱୀକାର କରିଥିଲା ଯେ ତାକୁ ସମସ୍ତେ ପାଗଳ ବୋଲି କହୁଥିଲେ।

ନାବାଳକର ବାପାମାଆ ଦିନ ମଜୁରିଆ ଭାବେ କାମ କରନ୍ତି। ସେମାନେ ପୁଅକୁ ଘରେ ଛାଡ଼ି କାମକୁ ଯାଆନ୍ତି, ମାତ୍ର ତାକୁ ସ୍କୁଲକୁ ପଠାନ୍ତି ନାହିଁ। ଏଣୁ ସେହି ନାବାଳକ ସବୁବେଳେ ଘରେ ଏକୁଟିଆ ରହେ। କିଛି ଦିନ ତଳେ ସେ କୁକୁର ଛୁଆକୁ ମାରିବା ଆରମ୍ଭ କରିଥିଲା। ବାପା କେତେ ଥର ତାକୁ ଗାଳି ମାଡ ମଧ୍ୟ ଦେଇଥିଲେ। ତଥାପି ସେ ସୁଧୁରି ନଥିଲା। ଏହାପରେ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ।

By amfnews

Related Post