Sat. Dec 28th, 2024

କିତ୍ସାରେ ଅବହେଳା ପାଇଁ ‘କିମ୍‌ସ’କୁ ଅଢ଼େଇ ଲକ୍ଷ ଜରିମାନା ଦେବାକୁ ନିର୍ଦେଶ ଦେଲେ ମାନବାଧିକାର ଆୟୋଗ

By amfnews Sep 27, 2019 #Featured
120 Views

ଭୁବନେଶ୍ବର : ଚିକିତ୍ସାରେ ଗୁରୁତର ଅବହେଳା ଯୋଗୁଁ ‘କିମ୍‌ସ’ ହସ୍ପିଟାଲରେ ଜଣେ ନବଜାତକର ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ପିଟାଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଆୟୋଗ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଅଢ଼େଇ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଯଦି ଦୁଇମାସ ଭିତରେ ସଂପୃକ୍ତ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ଦିଆ ନଯାଏ, ତେବେ ନିର୍ଦେଶକ, ସ୍ବାସ୍ଥ୍ୟ, ଶିକ୍ଷା ଓ ତାଲିମ ନିର୍ଦେଶାଳୟ ଏହାର କାରଣ ଆୟୋଗଙ୍କୁ ଜଣାଇବା ପାଇଁ କୁହାଯାଇଛି।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ପୁରଷୋତ୍ତମ ନଗର ଗ୍ରାମର ଶିବପ୍ରସାଦ ନନ୍ଦଙ୍କ ପତ୍ନୀ ମଧୁସ୍ମିତା ନନ୍ଦ ୨୦୧୭ ମସିହା ଫେବ୍ରୁଆରି ୯ତାରିଖ ଦିନ ଅପରାହ୍‌ଣ ୨ଟାରେ ‘କିମ୍‌ସ’ ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ହସ୍ପିଟାଲ କର୍ତୃପକ୍ଷ ଜନ୍ମିତ ଶିଶୁଟିକୁ ପିତାମାତାଙ୍କୁ ଦେଖିବାର ସୁଯୋଗ ନ ଦେଇ ୭୨ଘଣ୍ଟା ପାଇଁ ଆଇସିୟୁରେ ରଖିଥିଲେ। ଶିଶୁ ପୁତ୍ରଟିର ମୁଣ୍ଡରେ କ୍ଷତ ଥିବା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇଛି ବୋଲି ନବଜାତକର ପିତା ତଥା ଅଭିଯୋଗକାରୀ ଶ୍ରୀ ନନ୍ଦଙ୍କୁ ଜଣାଇଥିଲେ। ଫେବ୍ରୁଆରି ୧୫ତାରିଖ ଦିନ ପିଲାଟିର ହୃଦସ୍ପନ୍ଦନ ବନ୍ଦ ହୋଇଥିବା ବିଷୟ ଟେଲିଫୋନ୍ ଯୋଗେ ଶ୍ରୀ ନନ୍ଦଙ୍କୁ ହସ୍ପିଟାଲ ପକ୍ଷରୁ ଜଣାଇ ଦିଆଯାଇଥିଲା। ତେବେ ସଂପୃକ୍ତ ଡାକ୍ତର ଶିଶୁର ଚିକିତ୍ସା ବାବଦ ଖର୍ଚ୍ଚ ପୈଠ କରି ମୃତ ନବଜାତକକୁ ନେବା ପାଇଁ କହିଥିଲେ। ମୃତ ଶିଶୁକୁ ପିତାମାତାଙ୍କୁ ହସ୍ତାନ୍ତର କଲା ବେଳେ ସଂପୂର୍ଣ୍ଣ ଆବୃତ୍ତ କରି ରଖାଯାଇଥିଲା। ଶ୍ମଶାନରେ ମୃତ ଶିଶକୁ ଖୋଲିବା ପରେ ତା’ମୁଣ୍ଡରେ ୪୦ରୁ ଅଧିକ ଷ୍ଟିଚ୍ ପଡ଼ିଥିବା ଦେଖାଯାଇଥିଲା। ଏଥିରେ ସମ‌ସ୍ତେ ଆଶ୍ଚର୍ଯ୍ୟ ହେବା ସହ ଶିଶୁଟି ଜନ୍ମ ହେବା ପରେ ପ୍ରାଣ ହରାଇଥିବା ପରିବାରଲୋକ ସନ୍ଦେହ କରିଥିଲେ। ହସ୍ପିଟାଲ କର୍ତୃପକ୍ଷ ଜାଣିଶୁଣି ଆଇସିୟୁରେ ୭ଦିନ ରଖି ଅଯଥାରେ ଚିକିତ୍ସା ଅର୍ଥ ଦାବି କରିଥିଲେ।

‌ପରେ ଶ୍ରୀ ନନ୍ଦ ଏନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥି‌ଲେ। ଏହି ଅଭିଯୋଗର ଅନୁସନ୍ଧାନ କରାଯିବା ସହିତ କିମ୍‌ସ ହସ୍ପିଟାଲରେ ଚିକିତ୍ସା କରୁଥିବା ଡାକ୍ତର ଓ କର୍ତୃପକ୍ଷଙ୍କ ଅବ‌େହେଳା ଯୋଗୁଁ ମାନବାଧିକାର ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ଅଭିଯୋଗକାରୀଙ୍କୁ ଦୁଇ ମାସ ଭିତରେ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି।

By amfnews

Related Post