Mon. Apr 21st, 2025

କିଛି ଦିନ ବ୍ୟବଧାନରେ ପୁଣି ଓଡ଼ିଶାକୁ ଲେଉଟିଛି ଶୀତ, ଖସୁଛି ପାରଦ

By amfnews Dec 20, 2019 #Featured
105 Views

ଭୁବନେଶ୍ବର : କିଛି ଦିନ ବ୍ୟବଧାନରେ ପୁଣି ଲେଉଟିଛି ଶୀତ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ତାପମାତ୍ରା ହ୍ରାସ ପାଇଛି। ଦାରିଙ୍ଗବାଡି ତାପମାତ୍ରା ପୁଣି ଥରେ ୧୦ ଡିଗ୍ରି ତଳକୁ ଖସିଛି। ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ଦାରିଙ୍ଗବାଡ଼ି ବ୍ୟତୀତ ରାଜ୍ୟର ଆହୁରି ୧୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଭୁବନେଶ୍ୱର ତାପମାତ୍ରା ପାଖାପାଖି ୩ ଡିଗ୍ରି ଖସିଥିବା ବେଳେ ବାଲେଶ୍ୱର, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡା ଆଦି ସହରରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି।

ଆସନ୍ତା ୩ରୁ ୪ ଦିନ ଭିତରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେତେକ ଜିଲ୍ଲାରେ ହାଲୁକା କୁହୁଡି ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ଶୁକ୍ରବାର ଭୁବନେଶ୍ବର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ଦାରିଙ୍ଗବାଡ଼ି ତାପମାତ୍ରା ବି ୭ ଡିଗ୍ରିକୁ ଖସି ଆସିବାର ସମ୍ଭାବନା ରହିଛି। ଉତ୍ତରା ପବନ ହେଉଥିବାରୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି।

By amfnews

Related Post