Tue. Mar 10th, 2026

କାହିଁକି ବାପା ଫେରାଇଥିଲେ ପଦ୍ମଶ୍ରୀ: ଶବାନା ଖୋଲିଲେ ରହସ୍ୟ

133 Views

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀ ସୋଶାଲ ମିଡିଆରେ ଭିନ୍ନ ଢ଼ଙ୍ଗରେ ନିଜର ରାୟ ରଖିଥାନ୍ତି। ଅନେକ ସମୟରେ ସେ ସରକାରଙ୍କର ବିଭିନ୍ନ ନିଷ୍ପତ୍ତି ନେଇ ମଧ୍ୟ ଟ୍ୱିଟ୍‌ କରି ଚର୍ଚ୍ଚାରେ ରହିଥାନ୍ତି।

ନିକଟରେ ଶବାନା ସୋଶାଲ ମିଡିଆରେ ଏକ ଟ୍ୱିଟ୍‌ କରି ଜଣାଇଛନ୍ତି ଯେ, ତାଙ୍କ ପିତା କୈଫି ଆଜମୀ କେଉଁ କାରଣରୁ ପଦ୍ମଶ୍ରୀ ଫେରାଇ ଦେଇଥିଲେ। ଏହି ଟ୍ୱିଟ୍‌ ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି।

ଶବାନାଙ୍କ ପିତା କୈଫ୍‌ ଆଜମୀ ଜଣେ ଲୋକପ୍ରିୟ ଶାୟର୍‌ ଥିଲେ। ଶବାନା ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୁଁ ଲୋକଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ, କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ମୋର ପିତା ପଦ୍ମଶ୍ରୀ ଫେରାଇ ଦେଇଥିଲେ। ଉର୍ଦ୍ଦୁ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ମିଳିବା ଦରକାର ବୋଲି କହିଥିବା ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ କଥାକୁ ମୋ ବାପା ବିରୋଧ କରିଥିଲେ। ଏହାକୁ ବିରୋଧ କରୁଥିବା ଲୋକଙ୍କ ମୁହଁ କଳା କରି ତାଙ୍କୁ ଗଧ ଉପରେ ବସାଇ ପରେଡ୍‌ କରାଇବା କଥା ବୋଲି ତାଙ୍କୁ କୁହାଯାଇଥିଲା। ଏଥିପାଇଁ ମୋର ପିତା ପଦ୍ମଶ୍ରୀ ଫେରାଇ ଦେଇଥିଲେ। ’

ଶବାନା ଏହା ପୂର୍ବରୁ ମଧ୍ୟ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, “ମୋର ଗୋଟିଏ ଟିପ୍ପଣୀକୁ ନେଇ ଏତେ ହଙ୍ଗାମା କାହିଁକି ହେଉଛି ? ମୋତେ ଜଣାନଥିଲା ଯେ, ଦକ୍ଷିଣପନ୍ଥୀଙ୍କ ନଜରରେ ମୋର ଟିପ୍ପଣୀ ଏତେ ଗୁରୁତ୍ୱ ରଖେ। ମୁସଲିମ୍‌ ମୌଲାନାମାନେ ସେହି ସମୟରେ ମୋ ବିରୋଧରେ ଫତୱା ଜାରି କରିଥିଲେ, ଯେଉଁ ସମୟରେ ମୁଁ ଦୀପା ମେହତାଙ୍କ ଫିଲ୍ମ ‘ୱାଟର୍‌’ ପାଇଁ ମୋ ମୁଣ୍ଡରୁ କେଶ ହଟାଇଥିଲି। “

 

ଏହିପରି ତାଙ୍କୁ ଟ୍ରୋଲ୍‌ କରୁଥିବା ୟୁଜର୍ସଙ୍କୁ  ଶବାନା ସୋଶାଲ ମିଡିଆରେ  କଡ଼ା ଜବାବ ଦେଇଥିଲେ।

By amfnews

Related Post