Sat. Jun 7th, 2025

କାଶ୍ମୀରରେ ପ୍ରବଳ ଥଣ୍ଡା, ପାଇପ୍‌ ଜଳ ବରଫ ପାଲଟି ଯାଇଛି: ଦ୍ରାସ୍‌ରେ ତାପମାତ୍ରା ବିଯୁକ୍ତ ୨୭.୨ ଡିଗ୍ରି

By amfnews Dec 17, 2019 #Featured
186 Views

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ୪ ଦିନ ଧରି ଲଗାତାର ବରଫପାତ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଭୟଙ୍କର ଶୀତ ଲହରୀ ଭିତରେ ସବୁକିଛି ଠପ୍‌ ହୋଇଯାଇଛି। ପାଇପ୍‌ ଜଳ ବି ବରଫ ପାଲଟି ଯାଇଛି। ସମଗ୍ର କଶ୍ମୀର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ସମ୍ଭବ ହେଉନାହିଁ। ଦ୍ରାସ୍‌ରେ ତାପମାତ୍ରା ବିଯୁକ୍ତ ୨୭.୨ ଡିଗ୍ରି ‌ସେଲସିୟସ ଥିବାବେଳେ ଏହା ସବୁଠୁ ଥଣ୍ଡା ସ୍ଥାନ ବିବେଚିତ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ‌ଲେହ ଏବଂ ଲଦାଖରେ ମଧ୍ୟ ତାପମାତ୍ରା ବିଯୁକ୍ତ ୧୬.୭ ଡିଗ୍ରି ସେଲ୍‌ସିୟସ ରହିଛି। ଉତ୍ତର କଶ୍ମୀରର ଗୁଲ୍‌ମାର୍ଗ ସ୍ଥିତ ପ୍ରସିଦ୍ଧ ସ୍କାଏ ରିସୋର୍ଟ‌୍‌କୁ କାଶ୍ମୀରର ସବୁଠାରୁ ଥଣ୍ଡା ସ୍ଥାନ ବିବେଚନା କରାଯାଉଛି। ଏଠାରେ ଆଜି ତାପମାତ୍ରା ବିଯୁକ୍ତ ୧୦.୨ ଡିଗ୍ରି ସେଲ୍‌ସିୟସ ଥିବା‌ବେଳେ ଦକ୍ଷିଣ କଶ୍ମୀରର ପହଲଗାମ୍‌ରେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରି ସେଲ୍‌ସିୟସରୁ କମ୍‌ ରହିଛି।

ଜମ୍ମୁରେ ହାରହାରି ତାପମାତ୍ରା ୫.୭ ଡିଗ୍ରି ରହିଛି। ତେବେ ଜମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ବରଫପାତ ଯୋଗୁଁ ଦିଲ୍ଲୀରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭବ ହେଉଛି। ଗତ ଶନିବାର ଦିଲ୍ଲୀରେ ତାପମାତ୍ରା ୧୯.୨ ଡିଗ୍ରି ସେଲ୍‌ସିୟସ ଥିଲା। ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୭ ଡିଗ୍ରି କମିଯିବ ବୋଲି କୁହାଯାଉଛି।

By amfnews

Related Post