Sun. Jun 8th, 2025

କାଳିଆ ସମାବେଶରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ, କହିଲେ- ଭୂମିହୀନ ଚାଷୀଙ୍କ ଲାଗି କେନ୍ଦ୍ରର ଯୋଜନାରେ କିଛି ନାହି

By amfnews Feb 15, 2019 #Featured
396 Views

କେନ୍ଦ୍ରାପଡ଼ା,15mFeb. 2019: ରାଜ୍ୟ ସରକାରଙ୍କ ଅନ୍ୟତମ ବଡ଼ ଯୋଜାନା ‘କାଳିଆ’ ମାଧ୍ୟମରେ ଆଜି ୩.୫ ଲକ୍ଷ ଚାଷୀ ସହାୟତା ପାଇଛନ୍ତି। ସେମାନଙ୍କ ଆକାଉଣ୍ଟକୁ ଦ୍ୱିତୀୟ ପର୍ଯ୍ୟାୟରେ ସିଧା ସଳଖ ଟଙ୍କା ଯାଇଛି। କାଳିଆ ଯୋଜନା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡ଼ାରେ କହିଛନ୍ତି।

କାଳିଆ ମହାସମାବେଶରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ନିକଟରେ କେନ୍ଦ୍ର ସରକାର ଚାଷୀଙ୍କ ଲାଗି ‘ପ୍ରଧାନମନ୍ତ୍ରୀ କିଷାନ’ ଯୋଜନା ଆରମ୍ଭ କରିଛନ୍ତି କିନ୍ତୁ ଏଥିରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ନାହିଁ। ସେହି ଯୋଜନାରେ ଭୂମିହୀନ ଚାଷୀଙ୍କୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲିି। ଭୂମିହୀନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଁ ପରାମର୍ଶ ଦେଉଛି। ଚାଷୀମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ।

ମହାସମାବେଶକୁ ଉଦ୍‌ବୋଧନ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ଜମ୍ମୁ କଶ୍ମୀରର ପୁଲବାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ରାପଡ଼ା ସ୍ୱର୍ଗତ ବିଜୁବାବୁଙ୍କର କର୍ମଭୂମି ବୋଲି କହିଛନ୍ତି।

By amfnews

Related Post