191 Views
ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ। ଏହା ଦ୍ବାରା ୧୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଜୀବିକା ସହାୟତା ବାବଦରେ ଏହି ଟଙ୍କା ମିଳିବ ବୋଲି କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚିସାରିଛି । ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ କାଳିଆ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇଥିଲା । ଏହି ଯୋଜନାରେ ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।