Sat. Sep 28th, 2024

କାଳବୈଶାଖୀ ବର୍ଷା ଆଶଙ୍କା, ବିଜୁଳି ଘଡଘଡି ସହ କୁଆ ପଥର ବର୍ଷା ନେଇ 8 ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି

By amfnews May 3, 2021 #Featured
206 Views

ଭୁବନେଶ୍ୱର, ମେ 03 : ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା । ବିଜୁଳି ଘଡଘଡି ସହ କୁଆ ପଥର ବର୍ଷା ନେଇ ପୂର୍ବାନୁମାନ । ବଜ୍ରପାତ ସହ ଝଡବର୍ଷା ପାଇଁ 8 ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟର 8 ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷା ହେବା ସମ୍ଭାବନା ରହିଛି । ତେଣୁ ସତର୍କ ରହିବାକୁ 8 ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଢେଙ୍କାନାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସବୁ ଜିଲ୍ଲା ଗୁଡିକରେ ବିଜୁଳି, ଘଡଘଡି ସହ ବର୍ଷା ହେବ  । ଝଡବର୍ଷା ସମୟରେ ପବନର ବେଗ 50 ରୁ 60 କିଲୋ ମିଟର ରହିବ ।

ଅନ୍ୟପଟେ ଗତ କିଛି ଦିନ ହେଲା ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଥିବାରୁ ତାତି କମିଛି । ଆସନ୍ତା 3 ରୁ 4 ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା 2ରୁ 3 ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାସହ କାଳବୈଶାଖୀ ପାଇଁ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନର ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

By amfnews

Related Post