Sat. Mar 7th, 2026

କାଲି ଝଗଡ଼ା କରି ଘରୁ ପଳାଇଥିଲେ; ଆଜି ମିଳିଲା ମୃତଦେହ

191 Views

ସମ୍ୱଲପୁର  : ସମ୍ୱଲପୁର ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଛକରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସଂଜୟ ମହାନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସଞ୍ଜୟ ଘର ଲୋକଙ୍କ ସହ ଝଗଡ଼ା କରି କୁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ଆଜି ସକାଳେ ସିନ୍ଦୁରପଙ୍କ ଛକରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post