Mon. Dec 23rd, 2024

କାର ମାଲିକ ଗଣିଲେ ୯ ଲକ୍ଷ ୮୦ ହଜାର ଟଙ୍କାର ଜରିମାନା; ଏଯାବତ୍ ସବୁଠାରୁ ଅଧିକ

By amfnews Nov 30, 2019 #Featured
161 Views

ଅହମ୍ମଦାବାଦ: ନୂଆ ମଟରଯାନ ନିୟମ ଲାଗୁ ହେବା ପରେ ଜୋରଦାର ହେଉଛି ଟ୍ରାଫିକ ଚେକିଂ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ବାବଦକୁ ହଜାର ହଜାର ଟଙ୍କା ଗଣିବାକୁ ପଡୁଛି । ତେବେ ନୂଆ ନିୟମ ଆସିବାର କିଛି ମାସ ମଧ୍ୟରେ ଟ୍ରାଫିକ ପୁଲିସର ମନମାନିକୁ ନେଇ ଆସିଛି ବଡ ଅଭିଯୋଗ । ନିକଟରେ ଚଣ୍ଡିଗଡ ପୁଲିସ ଜଣେ କାର ଚାଳକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିଥିବାର ସୂଚନା ମିଳିଛି ।

ସୂଚନାନୁସାରେ, ଗୁଜରାଟର ଅହମ୍ମଦାବାଦରେ ଜଣେ କାର ଚାଳକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାମରେ ୯ ଲକ୍ଷ ୮୦ ହଜାର ଟଙ୍କାର ଚାଲାଣ କଟାଯାଇଛି । ସେ ସିଟ ବେଲ୍ଟ ବାନ୍ଧି ନ ଥିଲେ କି ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର କାଗଜପତ୍ର ନ ଥିଲା । କୁହାଯାଉଛି କି, ନୂଆ ମଟରଯାନ ଆଇନ ଲାଗୁ ହେବା ପରେ ଏହା ହେଉଛି ସବୁଠୁ ବଡ ଜରିମାନା। ଯେଉଁ ଗାଡିର ଚାଲାଣ କଟିଛି, ତାହା ହେଉଛି ପୋରସ୍କେ କମ୍ପାନୀର ସବୁଠାରୁ ଦାମୀ ଗାଡି । ବଜାରରେ ଏହି ଗାଡିର ଦାମ୍ ପାଖାପାଖି ସାଢେ ଦୁଇ କୋଟି ଟଙ୍କା ହେବ । ଗୁଜରାଟ ପୁଲିସ ବିଗତ କିଛି ମାସରେ ଏପରି ୧୦ଟି ଦାମୀ ଗାଡିର ଚାଲାଣ କାଟିଛି ।

ସେହିଭଳି ଅନ୍ୟ ପକ୍ଷରେ ପୁଲିସର ମନଇଚ୍ଛା ଜରିମାନା ଆଦାୟକୁ ନେଇ ବିଭିନ୍ନ ରାଜ୍ୟର ଟ୍ରକ ମାଲିକ ସଂଘ ଖୁବ୍ ଅସନ୍ତୋଷ ପ୍ରକାଶ କରିଛି । ନୂଆ ମଟର ଯାନ ଆଇନ ବିରୁଦ୍ଧରେ ଟ୍ରକ ମାଲିକ ସଂଘ ଦେଶବ୍ୟାପି ଆନ୍ଦୋଳନ ମଧ୍ୟ ଆରମ୍ଭ କରିସାରିଲେଣି । ସଂଘର କହିବା ମୁତାବକ, ଯେବେଠାରୁ ନୂଆ ଆଇନ ଲାଗୁ ହୋଇଛିା ସେବେଠାରୁ ଦିଲ୍ଲୀ ନୁହେଁ ବରଂ ଦେଶବ୍ୟାପି ଟ୍ରାଫିକ ପୁଲିସ ମନଇଚ୍ଛା ଜରିମାନା ଆଦାୟ କରିବାରେ ଲାଗିଛି,  ଯାହା ଫଳରେ ପରିବହନ ବ୍ୟବସାୟ ବହୁ କ୍ଷତିର ସମ୍ମୁଖୀନ ହୋଇଛି ।

By amfnews

Related Post