287 Views
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କ ମୃତଦେହ ସନେ୍ଦହଜନକ ଅବସ୍ଥାରେ ଭୁବନେଶ୍ୱର ଉପାନ୍ତ ଜଟଣୀର ଜନଲା ପୋଲିସ୍ ଫାଣ୍ଡି ନିକଟରେ ଏକ ଅଲଟୋ କାର ଭିତରୁ ଉଦ୍ଧାର କରାଯାଇଛି । ମନୋଜଙ୍କୁ କେହି ହତ୍ୟା କରି କାର ଭିତରେ ରଖି ଦେଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ମନୋଜ ଭୁବନେଶ୍ୱର ମହାନଗର ନିଗମର ଜଣେ ସହାୟକ କାର୍ଯ୍ୟନର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ । ସେ ତାଙ୍କ ପରିବାର ସହ ପଟିଆରେ ରହୁଥିଲେ । ଶୁକ୍ରବାର ରାତିରେ କୌଣସି କାମ ପାଇଁ ନୟାପଲ୍ଲୀକୁ ଆସିଥିଲେ । ସକାଳୁ ତାଙ୍କ ମୃତଦେହ କାର ଭିତରୁ ଉଦ୍ଧାର କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।