ଗତ ସୋମବାର ଲିଙ୍ଗରାଜ ମନ୍ଦିର ଥାନା ଶ୍ରୀ ହନୁମାନ ମନ୍ଦିର ନିକଟରେ କାର ଭିତରୁ ତନୁଜାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ସେ ଯାଜପୁର ମଙ୍ଗଳପୁର ଅଂଚଳର ହୋଇଥିବାବେଳେ ଧଉଳି ଥାନା ଅଂଚଳରେ ରହୁଥିଲେ । ତେବେ ତନୁଜାଙ୍କୁ କାରରେ ଲକ୍ କରାଯାଇଥିବାବେଳେ କାର ଭିତରୁ ଖଣ୍ଡା, ଠେଙ୍ଗା ଇତ୍ୟାଦି ଜବତ କରାଯାଇଥିଲା। ଘଟଣା ଦିନ ତାଙ୍କ ସ୍ୱାମୀ ସଂଗ୍ରାମ ଆଇଚି ସେମାନଙ୍କର ୫ ବର୍ଷର ଶିଶୁପୁତ୍ରକୁ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣା ରୂପ ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଥିବା ବେଳେ ଏହାର ଖୋଳତାଡ୍ କରିଥିଲା। ତନୁଜାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ହତ୍ୟା କରଯାଇଥିବା ଅଭିଯୋଗ ଆଣିଥିଲେ । ଏହା ଏକ ଯୌତୁକ ଜନିତ ହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ସଂଗ୍ରାମଙ୍କୁ ପଚରାଉଚୁରା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।
ପୂର୍ବରୁ ଲିଙ୍ଗରାଜ ପୋଲିସ ଥାନା ଓ ଧଉଳି ଥାନାରେ ଏହି ଦମ୍ପତ୍ତିଙ୍କର ଯୌତିକ ଜନିତ ମାମଲାକୁ ନେଇ ସମାଧାନ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ୨୦୧୭ରେ ସଂଗ୍ରାମଙ୍କ ନାଁରେ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ପ୍ରକାଶ ଥାଉକି, ଗତକାଲି ତନୁଜାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୁଣ୍ଡରେ ଶକ୍ତ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା।