Fri. Mar 6th, 2026

କାର୍‌ ଉପରେ ବାଲି ବୋଝେଇ ଟ୍ରକ୍‌ ଓଲଟି ପଡ଼ି ୮ଜଣଙ୍କର ମୃତ୍ୟୁ

275 Views

ନୂଆଦିଲ୍ଲୀ: ଶୁକ୍ରବାର ପାହାନ୍ତା ସମୟରେ ଉତ୍ତର ପ୍ରଦେଶର କୌଶାମ୍ବୀରେ ଠିଆ ହୋଇଥିବା ଏକ କାର୍‌ ଉପରେ ଗୋଟାଏ ବାଲିଭର୍ତ୍ତି ଟ୍ରକ୍‌ ଓଲଟି ପଡ଼ିବାରୁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏକ ବାହାଘର ଉତ୍ସବରେ ଯୋଗ ଦେଇ ସେମାନେ ଫେରୁଥିଲେ।

ବୁଧବାର ପାହାନ୍ତା ପ୍ରାୟ ୩:୩୦ରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ ଯେଉଁ ସ୍କର୍ପିଓ କାର୍‌ ଉପରେ ଓଲଟି ପଡ଼ିଲା ସେଥିରେ ୮ଜଣ ଲୋକ ଥିଲେ। ଡ୍ରାଇଭର୍‌ ଓ ସେ କାର୍‌ରେ ଥିବା ୭ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଟାୟାର୍‌ ଫାଟି ଯିବାରୁ ବାଲିଭର୍ତ୍ତି ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ କରାଯାଉଥିବା କଥା କୌଶାମ୍ବୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି।

Image Courtesy of India TV News

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା କଥା ମଧ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ସମସ୍ତେ ଗୋଟିଏ ପରିବାରର। ଏକ ବାହାଘର ଅନୁଷ୍ଠାନରେ ଯୋଗ ଦେଇ ସେମାନେ ଫେରୁଥିଲେ। କାର୍‌ ଭିତରେ ଥିବା ସମସ୍ତେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ସେଥିରେ ଆସୁଥିବା ବାଲିରେ ପୋତି ହୋଇ ପଡ଼ିଥିଲେ।

ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିଛନ୍ତି। ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଏବଂ ଆହତମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

By amfnews

Related Post