ଖୋର୍ଦ୍ଧା : ରାଜଧାନୀରୁ ଭଡ଼ା କାର୍ରେ ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୁଲିସ। ଏନେଇ ଟୁଇଟ ଯୋଗେ ସୂଚନା ଦେଲେ ପୁଲିସ କମିସନର ଡ଼ ସୁଧାଂଶୁ ଷଡ଼ଙ୍ଗୀ। କାରକୁ ବି ଜବତ କରାଯାଇଥିବାର ସେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ଼ ୭ଟାରେ ଜେମାଦେଈପୁରର କିଛି ଯୁବକ ଗ୍ରାମ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କର ଶରୀର କ୍ଷତାକ୍ତ ହୋଇଥିବା ଓ ପିନ୍ଧା ପୋଷାକ ଏବଂ ଅନ୍ତଃବସ୍ତ୍ର ଚିରି ଯାଇଥିଲା। ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ବରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି ଆଜି ମଧ୍ୟ କାର୍ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ। ସେହି କାର୍ରେ ୩ ଜଣ ବସିଥିଲେ। ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ଉଦ୍ଧାର କରିଥିବା ଯୁବକମାନଙ୍କ ଆଗରେ କାନ୍ଦି କାନ୍ଦି ପ୍ରକାଶ ପରିଥିଲେ।
Regarding alleged rape of a lady in a car reported in Khurda, a case has been registered on transfer on point of jurisdiction from Khurda in Khandagiri PS. Accused has been apprehended and car seized. Investigation is on.Senior officers are monitoring investigation.@cpbbsrctc