Fri. Mar 6th, 2026

କାର୍ତ୍ତିକ ପୂର୍ଣ୍ଣିମାରେ ପରମ୍ପରା ପାଳନ କଲେ ଶହଶହ ଶ୍ରଦ୍ଧାଳୁ

462 Views

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଭୋର ସାଢ଼େ ୩ଟା ରୁ ଚଳଚଞ୍ଚଳ ହୋଇ ଉଠିଛି ନଦୀ ଘାଟ, ପୋଖରୀ କୁଳ ଓ ଦେବ ମନ୍ଦିର। ଶହଶହ ଶ୍ରଦ୍ଧାଳୁଙ୍କ ହୁଳହୁଳି ଓ ପରମ୍ପରା ଅନୁଯାୟୀ, ଆ କା ମା ବୈ… ସହିତ ଓଡ଼ିା ନୌବାଣିଜ୍ୟର ପ୍ରତୀକ ସ୍ୱରୁପ ବିଭିନ୍ନ ନଦୀଘାଟ ଓ ପୋଖରୀରେ ଡଙ୍ଗା ଭସାଇଛନ୍ତି। ବିଶେଷ କରି ଆଜି ସେହି ପୁରୁଣା ପରମ୍ପରାର ପ୍ରତୀକ କଦଳୀପାଟୁକାରେ ତିଆରି ଡଙ୍ଗାରେ ଦୀପାଳୀ ଦେଇ ବେଶ୍‌ ଆଗ୍ରହର ସହିତ ନଦୀଘାଟରେ ଏହାକୁ ଭସାଇବାର ଦୃଶ୍ୟ ବେଶ ରୋମାଞ୍ଚକର ହୋଇଥିଲା। ପରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବମନ୍ଦିର ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି।

ଆଜି ସକାଳେ ପଳାଶୁଣୀ ନିକଟ କୁଆଖାଇ ନଦୀରେ ବେଶ୍‌ ଭିଡ଼ ହୋଇଥିଲା। ଭୋର ସାଢ଼େ ୩ଟାରୁ ଶହଶହ ସଖ୍ୟାରେ ଲୋକେ ନଦୀପଠାରେ ରୁଣ୍ଡ ହୋଇ ସେମାନଙ୍କ ଡଙ୍ଗା ପ୍ରସ୍ତୁତ କରିବା ସହିତ ଏହାକୁ ନଦୀ ଘାଟରେ ଭସାଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବମାନ ମଧ୍ୟ ଆୟୋଜନ କରାଯାଇଛି।ସେହିପରି ବିନ୍ଦୁସାଗର ସହିତ ଭୁବନେଶ୍ୱରର ବିଭିନ୍ନ ପୁଷ୍କରଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି।

ଏକାମ୍ରକାନନର ଆରାଧ୍ୟଦେବାତା ମହାପ୍ରଭୂ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଆଜି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ ଧାଡ଼ିବାନ୍ଧିି ପ୍ରବେଶ କରିବା ସହିତ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଏତଦ୍‌ବ୍ୟତୀତ ଭୁବନେଶ୍ୱରର ସମସ୍ତ ଛୋଟବଡ଼ ମନ୍ଦିରରେ ମଧ୍ୟ ଭୋର ୪ଟାରୁ ଗହଳି ଲାଗି ଯାଇଛି।

By amfnews

Related Post