Sat. Mar 7th, 2026

କାର୍ତ୍ତିକଙ୍କ ପତ୍ନୀ ଭୂମି,ପ୍ରେମିକା ଅନନ୍ୟା !

327 Views

ମୁମ୍ବାଇ, ଜାନୁଆରୀ ୨୦ : ‘ସୋନୁକେ ଟିଟୁକେ ସ୍ୱିଟି’ସୁପରହିଟ୍‌ ହେବା ପରଠାରୁ ବଲିଉଡର ହ୍ୟାଣ୍ଡସମ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନ୍‌ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣରୁ ନୁହେଁ,ବରଂ କ୍ୟାରିଅର୍‌ ପାଇଁ ଚର୍ଚ୍ଚିତ ହୋଇଛନ୍ତି । କାର୍ତ୍ତିକ ଏବେ କେଉଁ ନୂଆ ସିନେମାରେ କାମ କରିବେ,ତା’କୁ ନେଇ ଚର୍ଚ୍ଚା ଚାଲିଥିଲା।
ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ‘ଲୁକାଛିପି’ ଟାଇଟଲ୍‌ରେ ନିର୍ମିତ ଏକ ନୂଆ ସିନେମାରେ କାମ କରୁଥିବା ବୋଲି ଜଣାଯାଇଛି। ଏହି ଫିଲ୍ମଟି ହେଉଛି ସଂଜୀବ କୁମାରଙ୍କ ଅଭିନୀତ ସୁପରହିଟ୍‌ ମୁଭି ‘ପତି ପତ୍ନୀ ଔର୍‌ ବୋ’ର ରିମେକ୍‌। ‘ଲୁକାଛିପି’ରେ କାର୍ତ୍ତିକ ଆର୍ଯ୍ୟନ୍‌ ସଂଜୀବ କୁମାରଙ୍କ ଚରିତ୍ରଟି ନିଭାଉଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ପତ୍ନୀ ଭୂମିକାରେ ଭୂମି ପେଡେନ୍‌କର୍‌ଙ୍କୁ ନିଆଯାଇଛି।

ଅପରପକ୍ଷରେ ତାଙ୍କର ପ୍ରେମିକା ଚରିତ୍ରରେ ଅଛନ୍ତି ଅନନ୍ୟା ପାଣ୍ଡେ। ଅନନ୍ୟା ପାଣ୍ଡେ ହେଉଛନ୍ତି ଅଭିନେତା ଚଙ୍କି ପାଣ୍ଡେଙ୍କ କନ୍ୟା। ସେ ଆଗରୁ ଦି ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌-୨ରୁ କ୍ୟାରିଅର୍‌ ଆରମ୍ଭ କରିଛନ୍ତି। ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ‘ଲୁକାଛିପି’ରେ ତାପସୀ ପାନୁଙ୍କୁ ନିଆଯିବ,ମାତ୍ର ତାହା ସ୍ଥଗିତ ରଖାଯାଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ମୁଜାସିର୍‌ ଅଜିଜ୍‌।

By amfnews

Related Post