Sat. Apr 19th, 2025

କାମ କରିବାକୁ ଯାଉଥିଲେ; ଚଢ଼ିଗଲା ଡମ୍ପର

By amfnews Mar 5, 2020 #Featured
124 Views

ରାଉରକେଲା : ରାଉରକେଲାସ୍ଥିତ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବଲଣ୍ଡାରେ ଡମ୍ପର ଧକ୍କାରେ ଜଣେ ଶ୍ରମିକଙ୍କ  ମୃତ୍ୟ ଘଟିଛି। ତାଙ୍କ ନାଁ ଜଣାପଡ଼ି ନାହିଁ। ସେ ବଲଣ୍ଡାରେ ଥିବା ଏକ ଜୟ ସ୍ପଞ୍ଜ କାରଖାନାରେ କାମ କରୁଥିଲେ।

ଆଜି ସକାଳ ପ୍ରାୟ ୮ଟା ୩୦ରେ ସେ ଏକ ସାଇକେଲ୍‌ରେ କାରଖାନାକୁ ଡ୍ୟୁଟି କରିବାକୁ ଯାଉଥିଲେ। ଏହି ସମୟରେ ଏକ ଡମ୍ପର ପଛ ପଟୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ରାସ୍ତାରେ ଦ୍ରୁତଗତିରେ ଯାନବାହନ ଚଳାଚଳ କରୁଥିବାରୁ ଏହାର ପ୍ରତିକାର କରିବାକୁ ଲୋକେ ଦାବି କରିଥିଲେ। ପୁଲିସ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ବି ଜବତ କରିଛି। ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି।

By amfnews

Related Post