Sun. Mar 16th, 2025

କାମାକ୍ଷାନଗର: ଯୌତୁକ ନିମନ୍ତେ ବଧୂହତ୍ୟା ଅଭିଯୋଗ

By amfnews Mar 28, 2019 #Featured
299 Views

କାମାକ୍ଷାନଗର: ଗୁରୁବାର ସକାଳେ ଢେଙ୍କାନାଳ ଜିଲ୍ଲା ତୁମୋସିଂଘା ଥାନା ଅଧୀନ କନ୍ତିଓକାଟଣୀ ସିଧାଶ୍ରମ ଗ୍ରାମରୁ ଗୁରବାର ଦିନ ଜଣେ ବୋହୂଙ୍କର ଶବ ଉଦ୍ଧାର କରାଯାଇଛି।

ଏ ଘଟଣାକୁ ମୃତ ବୋହୂଙ୍କର ବାପା କୈଳାସ ମାଝୀ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି କହିବା ସହ ତୁମୋସିଂଘା ଥାନାରେ ଏତଲା ଦେଇଛନ୍ତି।

ମୃତ ୨୮ ବର୍ଷୀୟ ମହିଳା ୨୦୧୮ ଜୁଲାଇ ମାସରେ କନ୍ତିଓକାଟଣୀ ଗ୍ରାମର ରଞ୍ଜିତ ସାହୁଙ୍କୁ ବୈଦିକ ମତେ ବିବାହ କରିଥିଲେ। ଯୌତୁକ ଦାବି କରି ମଝିରେ ମଝିରେ ଶାଶୂଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସମୟ ସୁବିଧା ଦେଖି ଯୌତୁକ ଦାବି ପୂରଣ କରାଯିବ ବୋଲି ଝିଅର ବାପା ପ୍ରତିଶ୍ରୁତି ଦେଉଥିଲେ।

ଗୁରୁବାର ସକାଳେ ଝିଅର ବାପା କୈଳାସ ଖବର ପାଇଲେ କି, ଝିଅର ଦେହ ଅତି ଖରାପ। ସେ ତୁରନ୍ତ ଝିଅଘରେ ପହଞ୍ଚି ଜାଣିଲେ କି, ସେ ରଶି ଦେଇ ଆତ୍ମହତ୍ୟା କରିଛି। ଏହାକୁ ଗ୍ରହଣ କରି ନ ପାରି କୈଳାସ ଥାନରେ ଅଭିଯୋଗ କରିଥିଲେ।

ତୁମୋସିଂଘା ପୁଲିସ ଅଭିଯୋଗ ଭିତ୍ତିରେ କେସ୍‌ ନମ୍ବର ୩୬/୧୯ରେ ଦଫା ୪୯୮ (ଏ), ୩୦୩ (ବି), ୩୪ ଆଇପିସି ଏବଂ ୪ଡିପି ଆକ୍ଟରେ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କାମାକ୍ଷାନଗର ଡାକ୍ତରଖାନାକୁ ଆଣିଛି।

ଥାନା ଅଧିକାରୀ ବିଷ୍ଣୁଚରଣ ବାରିକ, ଏସ୍‌ଆଇ ମୁରଲୀଧର ନାୟକ ଏବଂ ଅତିରିକ୍ତ ତହସିଲଦାର ଅନୁପମା ମୁର୍ମୁ ଉପସ୍ଥିତିରେ ତଦନ୍ତ ଆରମ୍ଭ କରାଯାଇଛି।

By amfnews

Related Post