Tue. Mar 10th, 2026

କାମଚଳା ବାଚସ୍ପତି ଭାବରେ ଶପଥ ନେଲେ ବିଜେପି ସାଂସଦ ବିରେନ୍ଦ୍ର କୁମାର

316 Views

ନୂଆଦିଲ୍ଲୀ: ଆଜି ୧୭ତମ ଲୋକସଭା ଆରମ୍ଭ ହୋଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାମଚଳା ବାଚସ୍ପତି ଭାବରେ ବିଜେପି ସାଂସଦ ବିରେନ୍ଦ୍ର କୁମାରଙ୍କୁ ଶପଥ ପାଠ କରାଇଛନ୍ତି।

ଏହାପରେ କାମଚଳା ବାଚସ୍ପତି ଅନ୍ୟ ଲୋକସଭା ସାଂସଦଙ୍କୁ ଶପଥ ପାଠ କରାଉଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାମଚଳା ବାଚସ୍ପତି ଶପଥ ପାଠ କରାଇଥିଲେ। ଏହି ସମୟରେ ବିଜେପି ସାଂସଦ ମାନେ ‘ମୋଦି.. ମୋଦି’ ନାରା ଦେଇ ଟେବୁଲ ଉପରେ ତାଳି ମାଡ଼ କରିଥିଲେ। ଆଜି ଓ ଆସନ୍ତାକାଲି ସମସ୍ତ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇବେ ବିରେନ୍ଦ୍ର କୁମାର।

View image on TwitterView image on Twitter

President of India

@rashtrapatibhvn

President Kovind administered the Oath of Office to Dr Virendra Kumar as Pro-tem Speaker of the 17th Lok Sabha, at a ceremony held at Rashtrapati Bhavan

୬୫ ବର୍ଷୀୟ ବିରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକମଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇ ଆସିଛନ୍ତି। ମୋଦିଙ୍କ ପ୍ରଥମ ସରକାରରେ ବିରେନ୍ଦ୍ର କୁମାର ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବା ପରେ ଲୋକସଭା ବାଚସ୍ପତି ପଦବୀ ପାଇଁ ହେବାକୁ ଥିବା ନିର୍ବାଚନ ମଧ୍ୟ ପରିଚାଳନ କରିବେ କାମଚଳା ବାଚସ୍ପତି। ୧୭ ତମ ଲୋକସଭା ଆଜିଠୁ ଆରମ୍ଭ ହୋଇ ଜୁଲାଇ ୨୬ରେ ଶେଷ ହେବ।

By amfnews

Related Post