Sun. Mar 8th, 2026

କାନ୍ଥ ପଡ଼ି ଚାଲିଗଲା ମିକୁନ୍‌ଙ୍କ ଜୀବନ

202 Views

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ କୋଲଣଗିରି ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଘରେ ଶୋଇଥିବା ବେଳେ ମାଟି କାନ୍ଥ ପଡ଼ି ଜଣେ ପାଞ୍ଚ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମିକୁନ୍ ମଳିକ। ତାଙ୍କ ବାପାଙ୍କ ନାଁ ଉମାକାନ୍ତ ମଳିକ।

ଗତ କାଲି ରାତିରେ ମିକୁନ୍‌ ତାଙ୍କର ଅନ୍ୟ ଭାଇଭଉଣୀଙ୍କ ସହିତ ଘରେ ଶୋଇଥିଲେ। ହେଲେ ବର୍ଷା ଯୋଗୁ ଘରର ମାଟି କାନ୍ଥ ଭୁଶୁଡ଼ି ମିକୁନ୍‌ଙ୍କ ଉପରେ ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ୍‌ ସେଠାରେ ପହଞ୍ଚିଥିଲା ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post