Thu. Apr 3rd, 2025

କାନ୍ଥପଡି ଦୁଇ ନାବାଳିକାଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରୀ ଦାୟୀ – ଜିଲା କଂଗ୍ରେସ

rklsanchar@gmail.com' By J.N. Pradhan Jul 29, 2018 #Featured
252 Views

ରାଉରକେଲା, ୨୯/୭ : ମାଲଗୋଦାମ ବସ୍ତିରେ ରହୁଥିବା ପିଣ୍ଟୁ ବାରିକଙ୍କ ଘର କାନ୍ଥ ଭାଙ୍ଗି ତାଙ୍କର ଦୁଇ ନାବାଳିକା ସୋମ୍ୟା ବାରିକ (୫) ଓ ସୁଜାତା ବାରିକ (୬)ଙ୍କ ମୃତ୍ୟୁ ହୋଇଯାଇଛି । ଏଥିପାଇଁ ଜିଲା କଂଗ୍ରେସ ସଭାପତି ରବି ରାୟ ତାଙ୍କ ଘରକୁ ଯାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ।

ୟୁପିଏ ସରକାର ସମୟରେ ଯେଉଁ ରାଜୀବ ଆୱାସ ଯୋଜନା ସହରାଞ୍ଚଳ ପାଇଁ ଲାଗୁ ହୋଇଥିଲା । ପରେ ତାହା ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ନାମିତ ହେଲା । ଏହାକୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ରାଉରକେଲାରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏଥିରୁ ରାଜ୍ୟ ସରକାରଙ୍କ ଅପାରଗତା ଜଣାପଡୁଛି ଓ ପୂର୍ଣ୍ଣ ଭାବେ ବିଜେଡି ଓ ତାର ପ୍ରତିନିଧି ଏଥିପାଇଁ ଦାୟୀ ବୋଲି ଜିଲା ସଭାପତି ଶ୍ରୀ ରାୟ କହିଛନ୍ତି ।

ଏଣୁ ଜିଲା କଂଗ୍ରେସ ତରଫରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ନାବାଳିକାଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଏବଂ ଏଥିରେ ଆହତ ହୋଇଥିବା ପୁନମ ବାରିକଙ୍କୁ ୩୦ ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ତଥା ଅନୁକମ୍ପାମୂଳକ ଭାବେ ୫୦ ହଜାର ଟଙ୍କା ପ୍ରଦାନ ସହ ସେହି ଘରର ମରାମତି ପାଇଁ ଦାବି କରିଛନ୍ତି ବୋଲି କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବରିୟମ ସିଂ, ଶଙ୍କର ଅଗ୍ରୱାଲ, ମନୁ ସାମଲ, ବାସୁ ବାନାର୍ଜୀ, ସୋମନାଥ ପଣ୍ଡା, ସୁନୀଲ ସିଂ, ଶିବୁ ସାହୁ, ପ୍ରବୋଧ ଦାସ, ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର ଓ ଶିବୁ ଦୀପ ପ୍ରମୁଖ ଦାବି କରିଛନ୍ତି ।

Related Post