Sun. Mar 8th, 2026
226 Views

କଟକ : ହୋଲିରେ ଦୁଃଖଦ ଘଟଣା ଘଟିଯାଇଛି। କଟକ ଜିଲ୍ଲା ୪୨ ମୌଜା ଘାଟକୂଳ ନିକଟରେ କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା। ସେମାନଙ୍କ ଘର ନେତାଜୀ ନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ଦୁଇ ସାଙ୍ଗ ହୋଲି ଖେଳିସାରି କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

By amfnews

Related Post