Sat. Mar 7th, 2026

କାଉଡ଼ିଆ ଜଳଲାଗି କରିପାରିଲେ ନାହିଁ, ଗାଡ଼ି ଓଲଟି ଜଣେମୃତ୍ୟୁ, ୮ ଗୁରୁତର

261 Views

ବୌଦ୍ଧ:ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରୁ ଶିବଙ୍କୁ ଜଳଲାଗି କରିବା ପାଇଁ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଯାଉଥିବା ବେଳେ ଏକ କ୍ରୁଇଜର ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୮ ଜଣ କାଉଡ଼ିଆ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବରପାଇ ପୁଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ମିଳଥିବା ସୂଚନା ଅନୁଯାୟୀ, ଗଣିଆ ଅଞ୍ଚଳର କେତେକ କାଉଡ଼ିଆ ହରିଶଙ୍କର ଠାରେ ଶ୍ରାବଣ ମାସରେ ଜଳଲାଗି କରିବା ପାଇଁ ଓଡ଼ି୦୨ ଏଏ ୮୭୬୩ ନମ୍ବର ବିଶିଷ୍ଟ ଏକ କ୍ରୁଇଜର ଗାଡ଼ି ଯୋଗେ ବଲାଙ୍ଗୀର ଯାଉଥିଲେ। ସେମାନେ ବୌଦ୍ଧ ଜିଲ୍ଲାର ଚାରିଛକ ଥାନା ଅନ୍ତର୍ଗତ ରାଣିଗଞ୍ଜ ନିକଟରେ ଯାଉଥିବାବେଳେ ଗାଡ଼ିର ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ବିପିନ ମହାପାତ୍ର ନାମକ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

By amfnews

Related Post