Sun. Mar 8th, 2026

କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମକଦ୍ଦମା ଚଳାଇବାକୁ ଦିଲ୍ଲୀ ପୁଲିସକୁ ଅନୁମତି ଦେବେ ନାହିଁ ଆପ୍ ସରକାର

197 Views

ନୂଆଦିଲ୍ଲୀ  : ଏକ କାର୍ଯ୍ୟକ୍ରମରେ ଦେଶ ବିରୋଧୀ ସ୍ଲୋଗାନ ଦେଇ କହ୍ନେୟା କୁମାର ଓ ଅନ୍ୟ ୯ ଜଣଙ୍କ ବିରୋଧରେ ଚାଲିଛି ଦେଶଦ୍ରୋହ ମକଦ୍ଦମା। ହେଲେ ଏବେ ମକଦ୍ଦମା ଚଳାଇବାକୁ ଦିଲ୍ଲୀ ପୁଲିସକୁ ଅନୁମତି ଦେବେ ନାହିଁ ବୋଲି ଦିଲ୍ଲୀରେ କ୍ଷମତାସୀନ ଆପ୍ ସରକାର ପକ୍ଷରୁ କୁହାଯାଇଛି।

ଏହି ପ୍ରସଙ୍ଗରେ ଦିଲ୍ଲୀର ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ପୁଲିସ ଯେଉଁ ସାକ୍ଷୀ ଉପସ୍ଥାପନ କରୁଛି, ଏହାର ହିସାବରେ କହ୍ନେୟା ଓ ଅନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ହୋଇପାରିବ ନାହିଁ । ଆପ ସରକାରଙ୍କ ଏହି ମତକୁ ନ୍ୟାୟାଳୟରେ ଉପସ୍ଥାପନ କରାଯିବ । ଦିଲ୍ଲୀ ଉପରାଜ୍ୟପାଳ ଓ ଦିଲ୍ଲୀ ପୁଲିସକୁ ମଧ୍ୟ ମାମଲା ଉପରେ ଦିଲ୍ଲୀ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଅବଗତ କରାଯିବ ବୋଲି ସତ୍ୟେନ୍ଦ୍ର ଜୈନ କହିଛନ୍ତି । ପ୍ରକାରାନ୍ତରେ କହିବାକୁ ଗଲେ ଆପ୍ କହ୍ନେୟା କୁମାରଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଚାହୁଁଛି।

दिल्ली सरकार की राय, कन्हैया कुमार के खिलाफ देशद्रोह का मामला नहीं बनता

ସୂଚନାଯୋଗ୍ୟ ୨୦୧୬ ଫେବୃୟାରୀରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ କହ୍ନେୟା କୁମାର ଓ ୯ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଜେଏନୟୁରେ ଏହି ଦେଶ ବିରୋଧୀ କାର୍ଯ୍ୟକ୍ରମକୁ ନେଇ ଦେଶବ୍ୟାପୀ ହଙ୍ଗାମା ହୋଇଥିଲା । ଏହି ଘଟଣା ପରେ ଜେଏନୟୁ ଛାତ୍ର ସଂଘର ତତ୍କାଳୀନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ପୁଲିସ ବି ଗିରଫ କରିଥିଲା ।

By amfnews

Related Post