Tue. Mar 10th, 2026

କଶ୍ମୀରରେ କଟକଣା ସମୟରେ ଗୀଲାନିଙ୍କୁ ଇଣ୍ଟର୍‌ନେଟ୍‌ ଦେଇ ଦୁଇ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ନିଲମ୍ବିତ

212 Views

ଶ୍ରୀନଗର  : ଜମ୍ମୁ ଓ କଶ୍ମୀରରେ ଦୃଢ଼ କଟକଣା ଲାଗୁ କରାଯାଇଥିବା ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟେଦ୍‌ ଅଲି ଶାହା ଗୀଲାନିଙ୍କୁ ୪ ଦିନ ପାଇଁ ଇଣ୍ଟର୍‌ନେଟ୍‌ ଆକ୍ସେସ୍‌ ଦେବାରେ ସମ୍ପୃକ୍ତ ଦୁଇ ଜଣ ବିଏସ୍‌ଏନ୍‌ଏଲ୍‌ ଅଧିକାରୀଙ୍କୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିଲମ୍ବିତ କରିଛି।

ସମଗ୍ର ଉପତ୍ୟକା ବନ୍ଦ ହୋଇ ଯାଇଥିବା ବେଳେ ଗୋଟିଏ ସପ୍ତାହରୁ ଅଧିକ କାଳ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିବା ସମୟରେ ଗୀଲାନି ତାଙ୍କ ଆକାଉଣ୍ଟ୍‌ରେ ଟୁଇଟ୍‌ କରୁଥିବା ଦେଖାଯାଇଥିଲା। ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଉଚ୍ଛେଦ କରାଯିବା ପୂର୍ବରୁ ଅଗଷ୍ଟ ୪ ତାରିଖ ଦିନ ଲ୍ୟାଣ୍ଡ୍‌ଲାଇନ୍‌ ସମେତ ସମଗ୍ର କଶ୍ମୀରରେ ସମସ୍ତ ଯୋଗାଯୋଗ ଲାଇନ୍‌ ଛିନ୍ନ କରାଯାଇଥିଲା।

ଏ ଭଳି କଠୋର କଟକଣା ମଧ୍ୟରେ କଠୋରପନ୍ଥୀ ବିଛିନ୍ନତାବାଦୀ ନେତା ସୟେଦ ଅଲି ଶାହା ଗୀଲାନିଙ୍କର ଅଗଷ୍ଟ ୮ ତାରିଖ ଯାଏଁ ଲ୍ୟାଣ୍ଡ୍‌ଲାଇନ୍‌ ଏବଂ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ରହିଥିଲା। ଗୀଲାନି ତାଙ୍କ ଆକାଉଣ୍ଟ୍‌ରୁ ଟୁଇଟ୍‌ ନ କରିବା ଯାଏଁ ସରକାରୀ କର୍ତ୍ତୃପକ୍ଷମାନେ ଜାଣି ପାରି ନ ଥିଲେ ଯେ ସେ ଇଣ୍ଟର୍‌ନେଟ୍‌ ଆକ୍‌ସେସ୍‌ କରି ପାରୁଛନ୍ତି। ଏହା ପରେ ଗୀଲାନିଙ୍କ ସମେତ ୮ଟି ଟୁଇଟର୍‌ ଆକାଉଣ୍ଟ୍‌ ବନ୍ଦ କରିବାକୁ କେନ୍ଦ୍ର ସରକାର ଓ ଜମ୍ମୁ ଓ କଶ୍ମୀର ପୁଲିସ ଟୁଇଟର୍‌କୁ କହିଥିଲେ। ସେ ଆକାଉଣ୍ଟ୍‌ ସବୁ ଉପତ୍ୟକାରେ ବିଦ୍ୱେଷ ବିସ୍ତାର କରୁଛି ବୋଲି ଦର୍ଶାଯାଇଥିଲା। ଘଟଣା ସଂକ୍ରାନ୍ତରେ ତଦନ୍ତ କରି କର୍ତ୍ତୃପକ୍ଷମାନେ ତଦନ୍ତ ଆରମ୍ଭ କରିଛନ୍ତି, ଏବଂ ଦୁଇ ଜଣ ଶୀର୍ଷସ୍ତରୀୟ ବିଏସ୍‌ଏନ୍‌ଏଲ୍‌ର ପଦକ୍ଷେପ ଗ୍ରହଣ କରିଛନ୍ତି।

By amfnews

Related Post