Sun. Mar 8th, 2026

କଳାକେନ୍ଦ୍ର ପ୍ରାୟୋଜିତ ଚିତ୍ରକଳା ପ୍ରଦର୍ଶନୀ

428 Views

ରାଉରକେଲା, ୨୩ା୧୨  : ସହରର ଅଗ୍ରଣୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠାନ କଳାକେନ୍ଦ୍ର ଆନୁକୂଲ୍ୟରେ ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନ ଛେଣ୍ଡ ସ୍ଥିତ ଜିଏମ୍-୩ ଠାରେ ଅନୁଷ୍ଠିତ ହୋଇଯାଇଛି । କଳାକେନ୍ଦ୍ର ଅଧ୍ୟକ୍ଷ ଦେବେନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ଏସ୍ପିର ମେକାନିକାଲ ଡିଜିଏମ୍ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପର୍ଯ୍ୟାପ୍ତି ଫାଇନ୍ ଆର୍ଟ ସ୍କୁଲ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଚିତ୍ରକଳା ପ୍ରଦର୍ଶନୀରେ ୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୨୦୦ରୁ ଊଦ୍ଧ୍ୱର୍ ଚିତ୍ରକଳା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀରେ ଗ୍ରାମୀଣ ପରିବେଷ, ଜଙ୍ଗଲ, ପକ୍ଷୀ, ଭଗବାନ ଶ୍ରୀକୃଷ୍ଣ, ପରିବେଷ, ମା ଓ ଶିଶୁଙ୍କ ଆଧାରିତ ଚିତ୍ରକଳା ପ୍ରଦର୍ଶନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ କଳାକେନ୍ଦ୍ରର ଦେବୀସ୍ମିତା ବେହେରା, ନିବେଦିତା, ସୁଜାତା, ନୀତି ଶାହ, ମୁସ୍କାନ ଗର୍ଗ, ପଙ୍କଜିନୀ, ପ୍ରୀତି ରଜକ, ନେହା ମାହାତୋ, ପି.ବି. ଗଣେଶ, ରଶ୍ମିତା ସାମଲ ଓ ଦୀପିକା ଦେ ପ୍ରମୁଖଙ୍କ ସଂଯୋଜନା କରିଥିଲେ । ସେକ୍ଟର-୫ ସ୍ଥିତ ଦୀପିକା ଇଏମ୍ ସ୍କୁଲ ଠାରେ ସ୍ୱର୍ଗତ ଅଭିଳାଶ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ କଳାକେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଚିତ୍ରକଳା ପ୍ରଦର୍ଶନୀର କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ପଟ୍ ପେଣ୍ଟିଂ ପ୍ରତିଯୋଗିତାର ଗ୍ରୁପ୍-ଏର ୧ମରୁ ୩ୟ ଶ୍ରେଣୀ ବିଭାଗରେ ଦୀପିକା ଇଏମ୍ ସ୍କୁଲର ସ୍ୱୟଂଶ୍ରୀ ସାଇସ୍ମିତା ପ୍ରଥମ, ସେଣ୍ଟ ଯୋଶେଫ ସ୍କୁଲ ଅର୍ପିତା ବେହେରା ଦ୍ୱିତୀୟ, ଦୀପିକା ଇଏମ୍ ସ୍କୁଲର ଅମ୍ରିତରାଜ ଭରତିଆ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦୀପିକା ଇଏମ୍ ସ୍କୁଲର ଉପାସନା ସାହୁ, ତପସ୍ୱିନୀ ମହାନ୍ତି ଓ ସେଣ୍ଟ ଯୋଶେଫ ସ୍କୁଲର ଶ୍ରୀୟାସ୍ମୃତି ବେହେରା ସାନ୍ତ୍ୱନାମୂଳକ ପୁରସ୍କାର ହାସଲ କରିଛନ୍ତି ।

ସେହିଭଲି ଗ୍ରୁପ୍-ବି ପ୍ରତିଯୋଗିତା ୪ର୍ଥରୁ ୬ଷ୍ଠ ବିଭାଗରେ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ସ୍ନେହଶ୍ରୁତି ମହାନ୍ତି ପ୍ରଥମ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ଉପାସନା ପ୍ରଧାନ ଦ୍ୱିତୀୟ, ଡିଏଭି ସ୍କୁଲର ପ୍ରିମାଂଶୁ ପ୍ରୀତମ ବେହେରା ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଡିଏଭିର ସଙ୍ଗୀତ ମହାନ୍ତି, ଚିନ୍ମୟ ଇଏମ୍ ସ୍କୁଲର ନିରଞ୍ଜନ ଆୟୁତ ଦାଶ ଓ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଶାଶ୍ୱତ ସାହୁ ସାନ୍ତ୍ୱନାମୂଳକ ପୁରସ୍କାର ଲାଭ କରିଛନ୍ତି । ଅନୁରୂପ ଭାବେ ଗ୍ରୁପ୍-ସି ପ୍ରତିଯୋଗିତା ୭ମରୁ ୧୦ମ ଶ୍ରେଣୀରେ ଆକାଂକ୍ଷା ସାହୁ ପ୍ରଥମ, ଦୀପିକା ଇଏମ୍ ସ୍କୁଲର ଲୋପାମୁଦ୍ରା ନାୟକ ଦ୍ୱିତୀୟ ଓ ଅନନ୍ୟା ସାହୁ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଦୀପିକା ଇଏମ୍ ସ୍କୁଲର ଅନ୍ତର୍ଯ୍ୟାମୀ ମଣ୍ଡଳ, ଚିନ୍ମୟ ଇଏମ୍ ସ୍କୁଲର ରନୀଶ ପୋଦ୍ଦାର ଓ ରୀତେଶ କୁମାର ସାହୁ ସାନ୍ତ୍ୱନାମୂଳକ ପୁରସ୍କାର ହାସଲ କରିଛନ୍ତି । ପ୍ରତିଯୋଗିତାର ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଛନ୍ତି ।

By amfnews

Related Post