Sun. Mar 8th, 2026

କର୍ତାରପୁର ଗୁରୁଦ୍ୱାର ଥିବା ଜିଲ୍ଲାରେ ରହିଛି ଆତଙ୍କବାଦୀଙ୍କ ଶିବିର: ଗୁଇନ୍ଦା ସୂଚନା

169 Views

ଚଣ୍ଡିଗଡ଼: କର୍ତାରପୁର ସାହିବ ଗୁରୁଦ୍ୱାର ଥିବା ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସୀମାନ୍ତ ଜିଲ୍ଲା ନାରୋଓ୍ଵାଲ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ତାଲିମ ଶିବିର ଥିବା କଥା ଗୁଇନ୍ଦା ଏଜେନ୍‌ସି କହିଛି।

ଭାରତୀୟ ଯାତ୍ରୀମାନଙ୍କ ନିମନ୍ତେ କର୍ତାରପୁର କରିଡର୍‌ ଖୋଲାଯିବାର ଗୋଟିଏ ସପ୍ତାହରୁ କମ୍‌ ସମୟ ପୂର୍ବରୁ ଗୁଇନ୍ଦା ସୂଚନା ହସ୍ତଗତ ହୋଇଛୁ।
ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ପଞ୍ଜାବ ପ୍ରଦେଶର ମୁରିଦ୍‌କେ, ଶାକାରଗଡ଼ ଏବଂ ନରୋଓ୍ଵାଲ୍‌ ଠାରେ ଆତଙ୍କବାଦୀମାନଙ୍କର ତାଲିମ ଶିବିର ରହିଛି। ଉକ୍ତ ଶିବିରଗୁଡ଼ିକରେ ଉଲ୍ଲେଖଯୋଗ୍ୟ ସଂଖ୍ୟକ ପୁରୁଷ ଓ ମହିଳା ରହି ତାଲିମ ନେଉଛନ୍ତି।

ନିକଟରେ ପଞ୍ଜାବର ସୀମାନ୍ତ ପରିଚାଳନା ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବାକୁ ଦେଶର ସମସ୍ତ ଶୀର୍ଷସ୍ତରୀୟ ନିରାପତ୍ତା ଏଜେନ୍‌ସିଙ୍କ ମିଳିତ ବୈଠକରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

ଏଜେନ୍‌ସିମାନେ କହିଛନ୍ତି, ସବୁଠୁ ବଡ଼ ସମସ୍ୟା ହେଉଛି ପାକିସ୍ତାନରେ ବିରୋଧାତ୍ମକ ତତ୍ତ୍ୱ ସବୁ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଥିବା ବେଳେ କର୍ତାରପୁର କରିଡର୍‌ ଖୋଲୁଛି। ବିଶେଷକରି ସେମାନେ ଧର୍ମପୀଠକୁ ଯାଉଥିବା ଯାତ୍ରୀମାନଙ୍କ ସଂସ୍ପର୍ଶରେ ଆସିବେ।

By amfnews

Related Post