Sun. Mar 8th, 2026

କର୍ଣ୍ଣାଟକ ସରକାର ସଂକଟ: ଜୁଲାଇ ୧୨ରେ ଆସିବ ସ୍ପଷ୍ଟ ଚିତ୍ର

185 Views

ବେଙ୍ଗାଲୁର : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରରୁ ୧୨ ଜଣ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ଏବେ ସଂକଟରେ। ତେବେ, ଏ ସଂପର୍କରେ ବୟାନ ଦେଇ କିଂଗ୍ରେସର ଷ୍ଟେଟ୍‌-ଇନ୍‌-ଚାର୍ଜ ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି କି ଦଳ ଏବେ ବି ବିଦ୍ରୋହୀ ବିଧାୟକମାନଙ୍କ ସହ ଯୋଗାଯୋଗରେ ଅଛି ଓ ସେମାନଙ୍କୁ ଶାନ୍ତ କରିବାକୁ ଉଦ୍ୟମ ଜାରି ରଖିଛି। ଏହାର ସ୍ପଷ୍ଟ ଚିତ୍ର ଆସନ୍ତା ୧୨ ତାରିଖ ଦିନ ବିଧାନସଭା ସେସନ୍‌ରେ ଜଣାପଡ଼ିଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ପରିସ୍ଥିତି ଭୟାବହ ହେବାକୁ ଖର୍ଗେଙ୍କୁ ଶନିବାର କର୍ଣ୍ଣାଟକ ଅଣାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଚାଟେର୍ଡ ବିମାନରେ ମୁମ୍ବାଇ ନିଆଯାଇଥିଲା। ବିଦ୍ରୋହୀ ବିଧାୟକମାନଙ୍କ ସଂପର୍କରେ ଜେଡିଏସ୍‌ ମୁଖ୍ୟ ଏଚ୍‌କେ କୁମାରସ୍ୱାମୀ କହିଥିଲେ କି, ‘ସେମାନେ ବାଚସ୍ପତିଙ୍କୁ ସେମାନଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଉଚିତ ସମୟରେ ବାଚସ୍ପତି ଏ ଉପରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ପାଇଁ ସରକାର ସୁରକ୍ଷିତ ଅଛି। ସେମାନେ ସମସ୍ତେ ଆମ ପାଖକୁ ଫେରି ଆସିବେ। କେହି ବି ହେଲେ ଯିବେ ନାହିଁ।’

By amfnews

Related Post