Sun. Jan 12th, 2025

କର୍ଣ୍ଣାଟକ ଉପ-ନିର୍ବାଚନ: ୩ ଲୋକସଭା ଏବଂ ୨ ବିଧାନସଭା ଆସନରେ ମତଦାନ ଜାରି

By amfnews Nov 3, 2018 #Featured
117 Views

ବେଙ୍ଗାଲୁରୁ, ନଭେମ୍ବର ୦୩ : କର୍ଣ୍ଣାଟକ ଉପ-ନିର୍ବାଚନ ପାଇଁ ଶନିବାର ୩ ଟି ଲୋକସଭା ଏବଂ ୨ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ସକାଳୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ  ଯାଏ ଜାରି ରହିବ । ମତଦାତା ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରୁଛନ୍ତି । ବର୍ଷ ୨୦୧୯ରେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଉପ-ନିର୍ବାଚନରେ କ୍ଷମତାଶାଳୀ କଂଗ୍ରେସ-ଜେଡିଏସ ମେଣ୍ଟକୁ ଆଜି ପରୀକ୍ଷା ଦେବାକୁ ପଡୁଛି ।

ନିର୍ବାଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନ ଉପରେ ପଡ଼ିପାରେ ବୋଲି ରାଜନୈତିକ ପଣ୍ଡିତ ମାନେ ପୂର୍ବାନୁମାନ କରୁଛନ୍ତି । ତିନି ଲୋକସଭା ଆସନ-ବଲ୍ଲାରୀ, ସିମୋଗା ଏବଂ ମାଣ୍ଡ୍ୟା ସହିତ ରାମନଗର ଓ ଜାମଖଣ୍ଡି ବିଧାନସଭା ଆସନରେ ମତଦାନ ଜାରି ରହିଛି । ପାଖାପାଖି ୬୪୦୦ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଥିବା ବେଳେ ୫୪,୫୪,୨୭୫ ମତଦାତା ସେମାନଙ୍କ ପସନ୍ଦର ଲୋକ ପ୍ରତିନିଧିଙ୍କୁ ଭୋଟ ଦେଉଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ପୁଅ ବିଏସ ରାଘବେନ୍ଦ୍ର ଶନିବାର ସକାଳୁ ସିମୋଗାସ୍ଥିତ ହୁଚରାୟ ସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି । ୟେଦୁରପ୍ପାଙ୍କ ପୁଅ ସିମୋଗା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଅବସରରେ ୟେଦୁରପ୍ପା କହିଛନ୍ତି ମୋ ପୁଅ ୧୦୧ ପ୍ରତିଶତ ଉପ-ନିର୍ବାଚନରେ ବିଜୟୀ ହେବେ । ବେଲାରି ଏବଂ ଜାମଖଣ୍ଡି ଆସନରେ ମଧ୍ୟ ଆମେ ବିଜୟୀ ହେବୁ । ସବୁ ଆସନରେ ଆମକୁ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି ।

By amfnews

Related Post