Thu. Jan 23rd, 2025

କର୍ଣ୍ଣାଟକରେ ଗର୍ଜିଲେ ମୋଦୀ, ୫୬ ଇଂଚର ନାମ ଶୁଣିଲେ କଂଗ୍ରେସର ନିଦ ହଜିଯାଉଛି

By amfnews Mar 6, 2019 #Featured
240 Views

ନୂଆଦିଲ୍ଲୀ, ମାର୍ଚ୍ଚ ୦୬  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର କଲବୁର୍ଗୀରେ ଆୟୋଜିତ ଯୋଜନା ଗୁଡିକୁ ଶିଳାନ୍ୟାସ କରିବା ସହିତ ଲୋକାର୍ପଣ କରିଛନ୍ତି । ଏହା ପରେ ସେ ଏକ ଜନସଭାରେ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ମୋଦୀ କଂଗ୍ରେସ ସହିତ ଅନ୍ୟ ବିପକ୍ଷ ଉପରେ ଗର୍ଜିଛନ୍ତି । ମୋଦୀ କହିଛନ୍ତି କି, ୫୬ଇଂଚର ନାମ ଶୁଣିବା ମାତ୍ରେ କଂଗ୍ରେସର ନିଦ ହଜି ଯାଉଛି । କର୍ଣ୍ଣାଟକର ଜନତାଙ୍କ ପିଠିରେ କଂଗ୍ରେସ ସରକାର ଛୁରି ମାରି ସରକାର ଗଠନ କରିଛି । ଏଠାକାର ମୁଖ୍ୟମନ୍ତ୍ରୀ ରିମୋଟ କଂଟ୍ରୋଲ ସାହାଯ୍ୟରେ ଚାଲନ୍ତି ।

ମୋଦୀ କହିଛନ୍ତି କି, ଆଜି କର୍ଣ୍ଣାଟକ ପାଇଁ ୧୦୦୦ କୋଟି ପରିଯୋଜନାର ଶିଳାନ୍ୟାସ ହୋଇଛି । ପ୍ରଥମେ ରାୟଚୁରରେ କେବଳ ଅଢେଇ ଏକର ଯେଉଁ ପେଟ୍ରୋଲ ଡିପୋ ଥିଲା ତାହା ଏବେ ୫୬ ଏକର ଜମି ବିସ୍ତାର କରିଛି । ୫୬ ଶବ୍ଦ ଶୁଣିବା ମାତ୍ରେ କଂଗ୍ରେସ ଥରୁଛି । ପୂର୍ବଥର ଆସିବା ସମୟରେ ଜନତାଙ୍କ ମଙ୍ଗଳ ପାଇଁ କାମ କରିବି ବୋଲି କହିଥିଲି । ଏବେ ତାହା ପୂରଣ କରିଛି । ଦେଶର ପ୍ରଧାନସେବକ ରୂପରେ ମୁଁ ସେହି ଦାୟିତ୍ୱ ସମ୍ପାଦନ କରିଛି । ବିପକ୍ଷ ଲୋକ ଏକାଠି ହେଉଛନ୍ତି ମୋଦୀକୁ ବାହାର କରିବା ପାଇଁ କିନ୍ତୁ ମୋଦୀ ପରିଶ୍ରମ କରୁଛି ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ।

୭୦ ବର୍ଷ ଧରି କୃଷକଙ୍କ ବିଷୟରେ କେହି ଚିନ୍ତା କରି ନଥିଲେ । କିନ୍ତୁ ଆମେ ତାଙ୍କ ପାଇଁ ଯୋଜନା ଆଣିଛୁ । କିନ୍ତୁ କେତେକ ରାଜ୍ୟର ଲକ୍ଷ ଲକ୍ଷ କୃଷକ ଏବେ ମଧ୍ୟ ଏହି ଯୋଜନା ଠାରୁ ବଂଚିତ ଅଛନ୍ତି । ଯଦି ବିପକ୍ଷ କୃଷକଙ୍କ ବିକାଶ ମାର୍ଗରେ କାନ୍ଥ ଭଳି ଠିଆ ହେବ ତେବେ କୃଷକ ସେମାନଙ୍କୁ ଧ୍ୱଂସ କରିଦେବେ । କୃଷକଙ୍କ ଋଣ ଛାଡ କରିବେ କହି କଂଗ୍ରେସ ସରକାର କର୍ଣ୍ଣାଟକରେ ଭୋଟ ମାଗିଥିଲେ କିନ୍ତୁ ଭୋଟ ମିଳିବା ପରେ ସେ ଜନତାଙ୍କୁ ମୂର୍ଖ ବନାଇଛନ୍ତି । ପ୍ରଧାନମନ୍ତ୍ରୀ ରାଜ୍ୟର ଜନତାଙ୍କୁ ଲାଭବାନ କରାଇବା ପାଇଁ ଉର୍ଜା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ପରିଯୋଜନାର ଶୁଭାରମ୍ଭ କରିଛନ୍ତି ।

By amfnews

Related Post