Thu. Jan 23rd, 2025

କର୍ଣ୍ଣାଟକରେ ଆଜିଠୁ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ୍‌, ନିୟମ ଉଲଘଂନକାରୀଙ୍କୁ ମିଳିବ କଡା ଦଣ୍ଡ

By amfnews Apr 27, 2021 #Featured
143 Views

ବେଙ୍ଗାଲୁରୁ, ଏପ୍ରିଲ ୨୭ : ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ଅଣାୟତ ହେବାରେ ଲାଗିଛି ଯାହା ପୁରା ଦେଶ ପାଇଁ ଭୟକୁ ଦ୍ୱିଗୁଣିତ କରିଛି । କେରଳ , କର୍ଣ୍ଣାଟକ, ପଞ୍ଜାବ , ହରିଆଣା, ତେଲେଙ୍ଗାନା ଭଳି ରାଜ୍ୟ ରୁ ଏବେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେଠାରେ ପୁଣି ଥରେ ଲକ୍‌ଡାଉନ୍ ସଟଡାଉନ୍ ଭଳି ସ୍ଥିତି ଫେରିଛି । 

କର୍ଣ୍ଣାଟକରେ ଆଜିଠାରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହେବାକୁ ଯାଉଛି । ଆଜି ରାତି ୯ ଟାରୁ ପୁରା ରାଜ୍ୟରେ କଟକଣା ଲାଗୁ ହେବାକୁ ଯାଉଛି । ଏହା ସହିତ ପ୍ରତିଦିନ ସକାଳ ୬ ଟାରୁ ୧୦ ପର୍ଯ୍ୟନ୍ତ ଲୋକମାନଙ୍କୁ ଅତ୍ୟାବଶକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଛି । ଲକଡାଉନ୍ ସମୟରେ ସବୁ ପ୍ରକାର ଜରୁରୀ ସେବା ଉପରେ କଟକଣା ଲଗାଯାଇନାହିଁ । 

ଏଥିସହିତ ବର୍ତମାନ ସ୍ଥିତିରେ କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ହୋଇଥିବାରୁ କର୍ଣ୍ଣାଟକ ରାଜ୍ୟ ବାସୀଙ୍କୁ ଲକଡାଉନର ସମସ୍ତ ନିୟମକୁ କଡାକଡି ଭାବରେ ପାଳନ କରିବାକୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଅପିଲ କରାଯାଇଛି । କରୋନା ସ୍ଥିତି କୁ ଆୟତକୁ ଆଣିବା ପାଇଁ ଏହିଭଳି ପଦକ୍ଷପ ଗ୍ରହଣ କରାଯାଇଛି ବୋଲି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନିୟମ ଉଲଘଂନକାରୀଙ୍କୁ ମଧ୍ୟ ଲକଡାଉନ୍ ପୂର୍ବରୁ ଚେତାଇ ଦିଆଯାଇଛି ଯେ କୌଣସି ବି କରୋନା ନିୟମର ଉଲଘଂନ ହେଲେ ଉଲଘଂନକାରୀଙ୍କ ବିରୋଧାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତମାନ କର୍ଣ୍ଣାଟକରେ ବିଶେଷ କରି ରାଜଧାନୀ ବେଙ୍ଗାଲୁରୁର ସ୍ଥିତି ଭୟଙ୍କର ରହିଛି । ସର୍ବାଧିକ ଦୈନିକ ସଂକ୍ରମଣ ସହିତ ହସ୍ପିଟାଲରେ ବେଡ୍ ର ଅଭାବ ଓ ଅକ୍ସିଜେନ୍ ର ଅଭାବ କର୍ଣ୍ଣାଟକର ସ୍ଥିତିକୁ ଆହୁରି ସଙ୍ଗୀନ କରିଛି ।

By amfnews

Related Post