Wed. Dec 25th, 2024

କର୍ଣ୍ଣାଟକରୁ ୧୦୦ ଟନ ଟମାଟୋ ବିହାର ରପ୍ତାନୀ କରିବ ଭାରତୀୟ ରେଳବାଇ

By amfnews Dec 6, 2020 #Featured
155 Views

ବେଙ୍ଗାଲୁରୁ, ଡିସେମ୍ବର ୦୬ : କୋଭିଡ-୧୯ ସମୟରେ ମଧ୍ୟ ଭାରତୀୟ ରେଳବାଇ ପରିବହନ ସେବାକୁ ଜାରି ରଖିଛି । ଦକ୍ଷିଣ ରେଳପଥ କର୍ଣ୍ଣାଟକର କୋଲାର ଅଂଚଳରୁ ବିହାର ରାଜଧାନୀ ପାଟନା ନିକଟସ୍ଥ ଦାନାପୁର ଅଂଚଳକୁ ୧୦୦ ଟନ ଟମାଟୋ ରପ୍ତାନୀ କରିବ । କୋଲାର ଷ୍ଟେସନ ଠାରୁ ଦାନାପୁର ଜଙ୍କସନକୁ ୧୦ଟି ରେକରେ ଟମାଟୋ ବୋହିବ । ଏହି ଗୁଡ୍ସ ଟ୍ରେନରେ ୧୦ଟି ବଗି ରହିବ, ଯାହାର ୧୦ଟନ ଟମାଟୋ ଧାରଣ କ୍ଷମତା ରହିଛି । ଦକ୍ଷିଣ ରେଳବାଇର ବାଙ୍ଗାଲୋର ଡିଭିଜନ ପରିଚାଳକ ଅଶୋକ କୁମାର ବର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ, କର୍ଣ୍ଣାଟକର କୋଲାର ଜିଲ୍ଲାରେ ଚାଷୀମାନେ ପ୍ରଚୁର ପରିମାଣରେ ଟମାଟୋ ଚାଷ କରୁଛନ୍ତି । ଏଗ୍ରୀକଲଚର ପ୍ରଡ୍ୟୁସର ମାର୍କେଟିଂ କମିଟି (ଏପିଏମସି) ପରିବା ସଂଗ୍ରହ କରି କୋଲାର ଷ୍ଟେସନକୁ ପହଂଚାଇଛି । ବର୍ମା କହିଛନ୍ତି ଯେ, ଦାନାପୁରର କୋଲାର ଷ୍ଟେସନରୁ ୧୦ଟି ୱାଗନରେ ଟମାଟୋ ବିହାର ଯିବ । ପ୍ରତ୍ୟେକ ୱାଗନରେ ୧୦ ଟନ ଲେଖାଏଁ ଟମାଟୋ ଯିବ । ଜୋନାଲ ରେଲୱେ ତରଫରୁ କୁହାଯାଇଛି ଯେ, ପ୍ରତ୍ୟେକ ରେକରୁ ୫ଲକ୍ଷ ୭୬ ହଜାର ଟଙ୍କା ଲେଖାଏଁ ରାଜସ୍ୱ ମିଳିବ ।  

By amfnews

Related Post