Mon. Dec 23rd, 2024

କରୋନା: ୨୪ ଘଣ୍ଟାରେ ୧୧ ଲକ୍ଷ ୭୦ ହଜାର ନମୁନା ପରୀକ୍ଷା

By amfnews Sep 3, 2020 #Featured
128 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩ : କରୋନା ଭାଇରସ ମହାମାରୀ ଲାଗି ସମଗ୍ର ବିଶ୍ୱର ଚିନ୍ତା ବଢ଼ିଥିବା ବେଳେ ଏହି ରୋଗକୁ ପ୍ରତିହତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ସମସ୍ତ ଦେଶ ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଭାରତ ବିଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୭୦ ହଜାର ନମୁନା ପରୀକ୍ଷା କରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୬୯ ହଜାର ୫୨୩ରେ ପହଂଚିଥିବା ବେଳେ ସେଥିରୁ ୨୯ ଲକ୍ଷ ୧ ହଜାର ୯୦୮ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୬୬ ହଜାର ୩୩୩ ଜଣଙ୍କର ମୃତ୍ୟୁ ହୋଇଛି ।

ଭାଇରସ ଯୋଗୁଁ ଗୁରୁବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୬୧ ଲକ୍ଷ ୬୯ ହଜାର ୨୧୨ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୬୬ ହଜାର ୫୮୧ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୮୪ ଲକ୍ଷ ୩୪ ହଜାର ୩୨୩ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୬୮  ହଜାର ୩୦୩ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୬୯୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

By amfnews

Related Post