Fri. Mar 6th, 2026

କରୋନା ସଂକ୍ରମଣ ବଢୁଥିବାରୁ ଝାରସୁଗୁଡ଼ା କୋର୍ଟ ପରିସରକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

316 Views

ଝାରସୁଗୁଡ଼ା, ଏପ୍ରିଲ 29 : ସାରା ରାଜ୍ୟରେ ଭୟ ବଢାଇଲାଣି କରୋନାର ଦ୍ବିତୀୟ ଲହର । ଦୈନିକ ସଂକ୍ରମଣ ପ୍ରତିଦିନ ୬ ହଜାର ପାର କରୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୩୯୬ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଝାରସୁଗୁଡା କୋର୍ଟ କଂପ୍ଲେକ୍ସକୁ ସାତ ଦିନ ପାଇଁ ସିଲ୍‍ କରିଛି ପ୍ରଶାସନ ।

ଏହି ସମୟରେ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବାର କାର‌୍ୟ୍ୟକ୍ରମ ରହିଛି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଝାରସୁଗୁଡ଼ା କୋର୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ମେ ୨ ତାରିଖ ପର‌୍ୟ୍ୟନ୍ତ ଝାରସୁଗୁଡା କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରଖାଯାଇଛି।

ଝାରସୁଗୁଡ଼ା କୋର୍ଟ ପରିସରରେ ଅନେକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ଦୌରାଜଜ୍ ଜାରି କରିଥିବା ନିର୍ଦ୍ଦେଶନାମା ୧୮୮ ଅନୁସାରେ କୋର୍ଟ ପରିସରକୁ ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି।

By amfnews

Related Post