Fri. Mar 6th, 2026

କରୋନା ସଂକ୍ରମଣରେ ନିୟନ୍ତ୍ରଣ ପାଇଁ ଅକ୍ଟୋବର ଶେଷ ଯାଏଁ ରାଜ୍ୟରେ 144 ଧାରା ଲାଗୁ କଲେ କେରଳ ସରକାର

339 Views

କେରଳ, ଅକ୍ଟୋବର ୦୩ : ରାଜ୍ୟରେ କରୋନାଭାଇରସ୍ ରୋଗର ବୃଦ୍ଧି ଉପରେ ନିୟନ୍ତ୍ରଣ କରିବାକୁ 144 ଧାରା ଲାଗୁ କରିବା ସହ ବିଧାନସଭାରେ ପାଞ୍ଚରୁ ଅଧିକଙ୍କୁ ବାରଣ କରିଛନ୍ତି।

ମୁଖ୍ୟ ଶାସନ ସଚିବ ବିଶ୍ୱ ମେହେଟ୍ଟାଙ୍କ ଦ୍ବାରା ଗୁରୁବାର ଦିନ ବିଳମ୍ବିତ ରାତିରେ ଦିଆଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ କରୋନା ସଂକ୍ରମଣ ସୁପରସ୍ପ୍ରେଡ ହେବାର ଆଶଙ୍କା ସୃଷ୍ଟି କରୁଛି  ।  ତେଣୁ ଅକ୍ଟୋବର 3 ତାରିଖ ସକାଳ 9ଟାରୁ ଏହି ନିୟମ ଲାଗୁ ହେବ ଏବଂ ରାଜ୍ୟରେ ଅକ୍ଟୋବର 31 ପର୍ଯ୍ୟନ୍ତ ବଳବତ୍ତର ରହିବ।

“ରାଜ୍ୟରେ କରୋନା ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି ଜନସମାଗମ ତଥା ସମାବେଶ ହେବା ଦ୍ବାରା ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଏକ ସମୟରେ ପାଞ୍ଚରୁ ଅଧିକ ଲୋକଙ୍କର ଏକ ସଭା କିମ୍ବା ସମାବେଶକୁ ଅନୁମତି ଦିଆଯାଇପାରିବ ନାହିଁ। ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବା ସହିତ ଧାରା 144 ର ନିୟମାବଳୀ କାର୍ଯ୍ୟକାରୀ ହେବ ବୋଲି ଆଦେଶରେ କୁହାଯାଇଛି।

ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସେମାନଙ୍କ ଜିଲ୍ଲାର ସ୍ଥିତି ଆକଳନ କରିବା ଏବଂ ରୋଗର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ଅନୁଯାୟୀ ପ୍ରଯୁଜ୍ୟ ବ୍ୟବସ୍ଥା ଏବଂ ନିର୍ଦ୍ଦେଶ ବ୍ୟବହାର କରିବାକୁ ମାନିବାକୁ କୁହାଯାଇଛି।

“କଣ୍ଟେନମେଣ୍ଟ ଜୋନ କିମ୍ବା ଅଧିକ ପ୍ରଭାବିତ ଅଞ୍ଚଳରେ କଠୋର ପ୍ରତିବନ୍ଧକ ଲଗାଯିବ। ବିବାହ, ଅନ୍ତିମ ସଂସ୍କାର ଇତ୍ୟାଦି କାର୍ଯ୍ୟକ୍ରମରେ କଟକଣା ଲାଗୁ ହେବ  ଏବଂ ସଂପୃକ୍ତ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ନିୟମ ଜାରି କରାଯିବ ।

 

ସୂଚନାଯୋଗ୍ୟ, ଆଜି ସୁଦ୍ଧା ମୋଟ ସଂକ୍ରମଣ ସଂଖ୍ୟା 2,12,499 ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା 791କୁ ବୃଦ୍ଧି ପାଇଛି । ଉକ୍ତ ରାଜ୍ୟରେ 77482 ଜଣ ସକ୍ରିୟ କରୋନା ମାମଲାରେ ସହ ଦେଶର ତୃତୀୟ ସର୍ବାଧିକ ସଂକ୍ରମିତ ବୋଲି ଜଣାପଡିଛି  ।

By amfnews

Related Post