Tue. Jan 14th, 2025

କରୋନା ଲଢ଼େଇ ପାଇଁ ଟାଟା ଦେବ ୫୦୦ କୋଟି

By amfnews Mar 28, 2020 #Featured
181 Views

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଆଜି ନିଜ କମ୍ପାନୀର ସହଯୋଗ ବାବଦରେ ଘୋଷଣା କରିଛନ୍ତି। ସେ ଶନିବାର କହିଛନ୍ତି, ଏଭଳି ସମୟରେ ଜରୁରୀକାଳୀନ ସାଧନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଆବଶ୍ୟକତା ପୂରଣ ପାଇଁ ଟାଟା ଟ୍ରଷ୍ଟ ୫୦୦ କୋଟି ଟଙ୍କା ଦେବ ବୋଲି ସେ କହିଛନ୍ତି।

Ratan N. Tata

✔@RNTata2000

The COVID 19 crisis is one of the toughest challenges we will face as a race. The Tata Trusts and the Tata group companies have in the past risen to the needs of the nation. At this moment, the need of the hour is greater than any other time.

View image on Twitter

ରତନ ଟାଟା ଟ୍ୱିଟ୍‌ ଜରିଆରେ କହିଛନ୍ତି, ମାନବଜାତି ପାଇଁ ଏହା ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି। ଅତୀତରେ ମଧ୍ୟ ଟାଟା ଟ୍ରଷ୍ଟ ଏବଂ ଟାଟା ଗ୍ରୁପ୍‌ କମ୍ପାନୀଜ୍‌ ଏଭଳି ସ୍ଥିତିରେ ଦେଶର କାମରେ ଆସିଛି। ବର୍ତ୍ତମାନର ସମୟରେ ମଧ୍ୟ ସହଯୋଗର ହାତ ବଢ଼ାଇବା ସମୟର ଆହ୍ୱାନ।

ଏହି ୫୦୦ କୋଟି ଟଙ୍କା କେଉଁ କ୍ଷେତ୍ରରେ ବିନିଯୋଗ ହେବ ଟାଟା ସେହି ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ କିଣାଯିବ।ବଢ଼ୁଥିବା ରୋଗୀଙ୍କ ସଂଖ୍ୟାକୁ ଦେଖି ଶ୍ୱାସକ୍ରିୟା ସହାୟକ ବ୍ୟବସ୍ଥା କରାଯିବ। ମୁଣ୍ଡ ପିଛା ଟେଷ୍ଟିଂ କିଟ୍‌ ସଂଖ୍ୟାରେ ବୃଦ୍ଧି କରାଯିବ। ଆକ୍ରାନ୍ତ ରୋଗୀଙ୍କ ପାଇଁ ମୋଡୁଲାର ଚିକିତ୍ସା ବ୍ୟବସ୍ଥା କରାଯିବ। ସ୍ୱାସ୍ଥ୍ୟକର୍ମୀ ଏବଂ ସାଧାରଣ ଲୋକଙ୍କ ଜ୍ଞାନ ବୃଦ୍ଧି ଏବଂ ତାଲିମ ଆଦି ପଦକ୍ଷେପ ନିଆଯିବ।

By amfnews

Related Post