Fri. Jan 10th, 2025

କରୋନା: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦ ନେବେ ୩୦% ଦରମା

By amfnews Apr 6, 2020 #Featured
85 Views

ନୂଆଦିଲ୍ଲୀ : ସୋମବାର କ୍ୟାବିନେଟ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କ୍ରମେ ଶଶସନ ପ୍ରକ୍ରିୟାର ଶୀର୍ଷ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦମାନେ ଦରମାର ୩୦% ନେବେ।

କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସେମାନେ ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଥିଲେ। ରାଜ୍ୟପାଳମାନେ ମଧ୍ୟ ସମାନ ଭାବେ ୩୦% ଦରମା ନେବେ।

ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ‘ସାଲାରି, ଆଲଉନ୍ସେସ୍‌ ଆଣ୍ଡ ପେନସନ୍‌ ଅଫ୍‌ ମେମ୍ବରସ୍‌ ଅଫ୍‌ ପାର୍ଲିଆମେଣ୍ଟ ଆକ୍ଟ ୧୯୫୪’ରେ ପରିବର୍ତ୍ତନ ଆଣି ଏକ ବିଧେୟକ ପାରିତ କରିଛି। ଏହାଫଳରେ ଦରମା ଏବଂ ଭତ୍ତା ଚଳିତ ଏପ୍ରିଲ ୧ ତାରିଖରୁ ୧ ବର୍ଷ ଯାଏ ଲାଗୁ ହେବ।

ଏତଦ୍‌ବ୍ୟତୀତ ସମସ୍ତ ସାଂସଦଙ୍କ ପାଣ୍ଠି ମଧ୍ୟ ଆସନ୍ତା ୨ ବର୍ଷ ଯାଏ ସ୍ଥଗିତ ରହିବ। ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍‌ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ।

By amfnews

Related Post