Sat. Mar 7th, 2026

କରୋନା ମୁକାବିଲା ସ୍ଥିତି ଏବଂ ରଥଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲ ମୁଖ୍ୟମନ୍ତ୍ରୀ

293 Views

ଭୁବନେଶ୍ବର  : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ କଥା ହୋଇଥିବାର ସୂଚନା ମିଳିଛି। ଏହି ସମୟରେ ରାଜ୍ୟରେ କରୋନା ମୁକାବିଲା ସ୍ଥିତି ଏବଂ ରଥଯାତ୍ରା ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାଯାଇଛି। ଆଜି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସମ୍ପର୍କରେ ବି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ କି ନାହିଁ, ସେ ନେଇ ରାଜ୍ୟ ସରକାର ବିଚାର ଆଲୋଚନା ଆରମ୍ଭ କରିଛନ୍ତି। ଗତକାଲି ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ପ୍ରଥମେ ପୁରୀ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ। ଶଙ୍କରଚାର୍ଯ୍ୟ କି ପ୍ରତିକ୍ରିୟା ରଖିଛନ୍ତି, ତାହା କୁହାଯାଇନାହିଁ।

ଏହା ପରେ ପରେ ରାତିରେ ମୁଖ୍ୟପ୍ରଶାସକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଢେର୍ ସମୟ ଧରି ଆଲୋଚନା ହୋଇଥିଲା। ଗଜପତି କଣ ମତ ରଖିଲେ, ଏ ସଂପର୍କରେ ମଧ୍ୟ ସରକାରୀ ଭାବେ କିଛି କୁହାଯାଇନାହିଁ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଛତିଶାନିଯୋଗ ନାୟକ ଜନାର୍ଦନ ପଟ୍ଟଯୋଶୀ ରଥଯାତ୍ରା ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଜି ରାତିରେ ଆଲୋଚନା କରିଛନ୍ତି। ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ବସୁଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବ ବୋଲି ସୂଚନା ମିଳୁଛି। ଏଥିରେ ରଥଯାତ୍ରା ପ୍ରସଙ୍ଗ ଉଠିପାରେ।

ଉଲ୍ଲେଖଥାଉକି, ରାଜ୍ୟ ସରକାର ରଥଯାତ୍ରା ହେବ କି ନାହିଁ, ସେ ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ବର୍ଗ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

By amfnews

Related Post