Fri. Mar 6th, 2026

କରୋନା ମହାମାରୀ ସମୟରେ ବିଶେଷଜ୍ଞମାନଙ୍କ ସହ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

321 Views

ନୂଆଦିଲ୍ଲୀ, ମେ ୨ :

ଦେଶରେ କରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ଭିତରେ ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଦିନ ୯.୩୦ରେ ମୋଦି ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ।

ଏହାରି ଭିତରେ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଶରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମ୍ଳଜାନ ଏବଂ ଔଷଧର ଉପଲବ୍ଧତା ବିଷୟରେ ସାଢେ ୯ଟାରେ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ । ଗତ କିଛି ମାସ ହେବ ଭାରତରେ କୋଭିଡ -୧୯ ମାମଲାରେ ବ୍ୟାପକ ବୃଦ୍ଧି ଘଟିଛି । ଦେଶରେ ଏପ୍ରିଲ ୨୨ ରେ ୩ ଲକ୍ଷ ମାର୍କ ଅତିକ୍ରମ କରିଥିଲା ।

ଏବେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରି ଯାଇଛି। ସେହିପରି ପ୍ରତିଦିନ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୯.୩୦ରେ ମୋଦି ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ

By amfnews

Related Post