Tue. Jan 28th, 2025

କରୋନା ଭାଇରସ: ବିଶ୍ୱବ୍ୟାପୀ ୮.୭୨ ଲକ୍ଷ ଲୋକଙ୍କ ମୃତ୍ୟୁ, ୨ କୋଟି ୬୪ ଲକ୍ଷ ଆକ୍ରାନ୍ତ

By amfnews Sep 4, 2020 #Featured
162 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ : କରୋନା ଭାଇରସ ମହାମାରୀ ଲାଗି ସମଗ୍ର ବିଶ୍ୱର ଜନତାଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।  ଯୁକ୍ତରାଷ୍ଟ୍ର ଆମେରିକାରେ ୬୩ ଲକ୍ଷ ୩୫ ହଜାର ୧୧୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୧ ହଜାର ୫୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୫ ଲକ୍ଷ ୭୨ ହଜାର ୯୧୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୭୧ ହଜାର ୧୩୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୧୨୯ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ଶୁକ୍ରବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୬୪ ଲକ୍ଷ ୫୮ ହଜାର ୭୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୭୨ ହଜାର ୫୦୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୮୬ ଲକ୍ଷ ୮୬ ହଜାର ୫୦ ଜଣ ସୁସ୍ଥ ହୋଇଥିବା ବେଳେ ୬୯ ଲକ୍ଷ ୩୫  ହଜାର ୧୧ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୯୬୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୧୦ ଲକ୍ଷ ୯ ହଜାର ୯୯୫  ସଂକ୍ରମିତ, ୧୭ ହଜାର ୫୨୮ ମୃତ

ପେରୁ: ୬ ଲକ୍ଷ ୭୦ ହଜାର ୧୪୫ ସଂକ୍ରମିତ, ୨୯ ହଜାର ୪୦୫ ମୃତ

କଲୋମ୍ବିଆ: ୬ ଲକ୍ଷ ୪୧ ହଜାର ୫୭୪ ସଂକ୍ରମିତ, ୨୦ ହଜାର ୬୧୮ ମୃତ 

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୩୩ ହଜାର ୧୫ ସଂକ୍ରମିତ, ୧୪ ହଜାର ୫୬୩ ମୃତ

ମେକ୍ସିକୋ: ୬ ଲକ୍ଷ ୧୦ ହଜାର ୯୫୭ ସଂକ୍ରମିତ, ୬୫ ହଜାର ୮୧୬ ମୃତ

ସ୍ପେନ: ୪ ଲକ୍ଷ ୮୮ ହଜାର ୫୧୩ ସଂକ୍ରମିତ, ୨୯ ହଜାର ୨୩୪ ମୃତ 

ଆର୍ଜେଣ୍ଟିନା: ୪ ଲକ୍ଷ ୫୧ ହଜାର ୧୯୮ ସଂକ୍ରମିତ, ୯ ହଜାର ୩୬୧ ମୃତ

ପାକିସ୍ତାନ: ୩ ଲକ୍ଷ ୧୮୧ ଜଣ ଲୋକ ସଂକ୍ରମିତ, ୬ ହଜାର ୩୨୮ ମୃତ 

By amfnews

Related Post